fbpx

ଅଣ କାଶ୍ମୀରିଙ୍କ ପାଇଁ ଜାରି ହେଲା ଗାଇଡଲାଇନ; ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରରେ ଅଣ କଶ୍ମୀରଙ୍କ ହତ୍ୟା ପରେ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା । ସମସ୍ତ ଅଣ କଶ୍ମୀର ଶ୍ରମିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରବିବାର ଆଉ ଦୁଇ ଜଣ ଅଣ କାଶ୍ମୀରିଙ୍କୁ ଆତଙ୍କୀ ମାନେ ହତ୍ୟା କରିଥିଲେ ।

ଏହି ହତ୍ୟାକାଣ୍ଡ ପରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିଲା । ଏହାପରେ ଏହି ଗାଇଡଲାଇନ ଜାରି କରାଯାଇଛି । କଶ୍ମୀରରେ କାମ କରୁଥିବା ସମସ୍ତ ଅଣ କଶ୍ମୀର ଶ୍ରମିକଙ୍କୁ ନିକଟସ୍ଥ ଥାନାରେ ଅଥବା ଆର୍ମି କ୍ୟାମ୍ପରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.