fbpx

ଲକଡାଉନରେ ପ୍ରି ମାଚ୍ୟୁର ଶିଶୁଙ୍କ ପାଇଁ ବାଣ୍ଟିଲେ ୧୦୦ ଲିଟର ସ୍ତନକ୍ଷୀର

ନୂଆଦିଲ୍ଲୀ: ବଲିଉଡ ସହିତ ଜଡିତ ନିଧି ପରମାର ଲକଡାଉନ ସମୟରେ ପ୍ରାୟ ୧୦୦ ଲିଟର ସ୍ତନ କ୍ଷୀର ଦାନ କରିଥିବା ନେଇ ସୂଚନା ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମରେ ହ୍ୟୁମାନସ ଅଫ ବମ୍ବେରେ ନିଧି ଏହି ସୂଚନା ଦେଇଥିଲେ । ୩୭ ବର୍ଷ ବୟସରେ ନିଜର ଡିମ୍ବାଣୁକୁ ସଂରକ୍ଷିତ ରଖି ୪୦ ବର୍ଷ ବୟସରେ ମା ହୋଇଥିବା ନେଇ ମଧ୍ୟ ସୂଚନା ଦେଇଥିଲେ । ଏହା ସହିତ ନିଜର ସ୍ତନ କ୍ଷୀରକୁ ପ୍ରିମାଚ୍ୟୁର (ଆଗୁଆ ଜନ୍ମ) ଶିଶୁଙ୍କ ପାଇଁ ପ୍ରଦାନ କରିଥିବା କଥା ସ୍ୱୀକାର କରିଥିଲେ ନିଧି । ନିଧି ବଲିଉଡ ଫିଲ୍ମ ସାଣ୍ଡ କି ଆଙ୍ଖ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ ।

ସ୍ତନ୍ୟପାନକୁ ନେଇ ରହିଥିବା ଭ୍ରାନ୍ତ ଧାରଣାକୁ ଦୁରେଇବା ପାଇଁ ସେ ସ୍ତନକ୍ଷୀର ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ ନିଧି । ପ୍ରାୟ ୧୦୦ ଲିଟର କ୍ଷୀର ଲକଡାଉନ ସମୟରେ ଦାନ କରିଥିଲେ ଯାହା ଶିଶୁଙ୍କ କାମରେ ଆସିଥିଲା ବୋଲି ନିଧି ଲେଖିଛନ୍ତି ।

Get real time updates directly on you device, subscribe now.