fbpx

ମେମୁ ଟ୍ରେନ ଲାଇନଚ୍ୟୁତ; ଘଟଣାସ୍ଥଳରେ ପହଞ୍ଚିଲେ ରେଳ ବିଭାଗ ଅଧିକାରୀ, ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

AAKASH

ଓଡିଶା ଭାସ୍କର; ସରଲା ନିକଟରେ ମେମୁ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଳ ବିଭାଗ ଅଧିକାରୀ । ଏଥିରେ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିଲା ଏହି ମେମୁ ପାସେଞ୍ଜର ଟ୍ରେନ । ମଇଁଷିକୁ ଧକ୍କା ଦେବା ଫଳରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଏହି ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି । ଏହାର ଖବର ପାଇ ତୁରନ୍ତ ରେଳ ବିଭାଗ ଅଧିକାରୀ ମାନେ ପହଞ୍ଚିଛନ୍ତି । ଟ୍ରେନର ୪ ନମ୍ବର ବଗିଟି ଲାଇନଚ୍ୟୁତ ହୋଇଥିବା ବେଳେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି ।

Get real time updates directly on you device, subscribe now.