fbpx
BSKY
BJD YOUTH SKY
BJD MS SKY

(Video) ହୃଦୟବିଦାରକ ଦୃଶ୍ୟ: ଯୁଦ୍ଧରେ ମୃତ ଶିଶୁ କନ୍ୟାକୁ କାନ୍ଦି କାନ୍ଦି ଶେଷ ବଦାୟ ଦେଲେ ମାଆ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପରେ ପରିଣତ ହେଉଛି । ଇସ୍ରାଏଲ ଆକ୍ରମଣରେ ଗାଜାର ଅଂସଖ୍ୟ ଲୋକେ ପ୍ରାଣ ହରାଉଛନ୍ତି । ଏହାର ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଥିବା ବେଳେ ୪ହଜାର ଅଧିକ ଶିଶୁ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହାରି ମଧ୍ୟରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଥିରେ ଜଣେ ମାଆ ତା ମୃତ ଶିଶୁକୁ ଧରି କାନ୍ଦୁଛି । ଏହି ଭିଡିଓର କାରୁଣିକ ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ଗାଜାରେ ଦିନକୁ ଅସଂଖ୍ୟ ଲୋକେ ପ୍ରାଣ ହରାଉଛନ୍ତି । ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି । ସେହି ଶିଶୁ କନ୍ୟାକୁ ଧରି ମାଆ କାନ୍ଦିବାକୁ ଲାଗିଛନ୍ତି । ଏହା ବ୍ୟତୀତ ସେ ନିଜ ଭାଷାରେ ଝିଅକୁ ଆର୍ଶୀବାଦ କରି ସବୁଦିନ ପାଇଁ ବିଦାୟ ଦେଉଛନ୍ତି । ଏହି ହୃଦୟବିଦାରକ ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ତଳେ ଲୋକେ ଦୁଃଖଦ କମେଣ୍ଟ କରୁଛନ୍ତି ।

ବର୍ତ୍ତମାନ ଗାଜା ସଂକଟ ପରିସ୍ଥିତି ଦେଇ ଗତି କରୁଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକ ଆକ୍ରମଣରେ ଗାଜାର ଅନେକ ସ୍ଥାନ ବିଚ୍ଛିନ୍ନ ହୋଇପଡିଛି । ସେଠାରେ ଲୋକେ ଖାଇବାକୁ ଏବଂ ପାଣି ପିଇବାକୁ ମଧ୍ୟ ପାଉନାହାନ୍ତି । ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଦେଶରୁ ସେମାନଙ୍କ ପାଇଁ ରିଲିଫ ପଠାଯାଉଛି । ମହିଳାମାନେ ଋତୁସ୍ରାବ ନ ହେବା ପାଇଁ ମେଡିସିନ ଖାଉଛନ୍ତି । ତେବେ ଦିନକୁ ଦିନ ସେଠାର ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

 

View this post on Instagram

 

A post shared by Muslim (@muslim)

Get real time updates directly on you device, subscribe now.