fbpx

ଯୌନ କ୍ଷମତା ଅନୁସାରେ ପୁରୁଷ ୩ ପ୍ରକାର! ଜାଣନ୍ତୁ କେମିତି ପାର୍ଥକ୍ୟ କରୁଛି କାମଶାସ୍ତ୍ର

ଯୋଗ ଶାସ୍ତ୍ର କହେ, ଶରୀର ପ୍ରତି ୭ ବର୍ଷରେ ନିଜକୁ ନବ ନିର୍ମାଣ କରେ। ସତୁରୀ ବର୍ଷ ପର୍ଯ୍ୟନ୍ତ ଶରୀର ମୁଖ୍ୟତଃ ନିଜକୁ ନିଜ ପରିବେଶ ହିସାବରେ ରୂପାନ୍ତରଣ କରିଥାଏ। ୦-୭ ଓ ୭-୧୪ ପ୍ରକୃତି ଶିଶୁ ଶରୀରକୁ ନିଜସ୍ଵ ବିବର୍ତ୍ତନ ନିୟମ ଅନୁଯାୟୀ ରୂପ ଦିଏ । ୧୪ ବର୍ଷରେ ଶରୀର ପରିବର୍ତନ ହୁଏ , ଆଉ ଶରୀରରେ କାମ ଚକ୍ର ଜାଗ୍ରତ ହୁଏ। ଯାହାକୁ ମୂଳାଧାର ଚକ୍ର କୁହାଯାଏ । ଏହା ପରେ ଯୁବକ ନିଜ ଶରୀରରେ ଅନେକ ପରିବର୍ତ୍ତନ ଅନୁଭବ କରେ । ଆଧୁନିକ ବିଚାରକ ମତ ଦିଅନ୍ତି ଯୁବକ ଶରୀର ୧୭-୧୮ ବର୍ଷ ମଧ୍ୟରେ ଓ ଯୁବତୀ ୧୬ବର୍ଷ ବେଳକୁ ନିଜ ଶରୀର କ୍ଷମତା ଅନୁଯାୟୀ ପାରିପକ୍ୱ ହୋଇ ଯାଆନ୍ତି, ଭାରତୀୟ ଦର୍ଶନରେ ଏହା ୨୫ ବର୍ଷ ଅଟେ। ଯାହା ପୂର୍ବରୁ ଶାରୀରିକ ସମ୍ଭୋଗକୁ ବାରଣ କରାଯାଇଥିଲା। ଯାହାକୁ ବ୍ରହ୍ମଚର୍ଯ୍ୟ କୁହା ଯାଇଛି। ଯୁବକଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ବୀର୍ଯ୍ୟ ସଂରକ୍ଷଣ ଉପରେ ଧ୍ୟାନ ଦେବାକୁ ପ୍ରଶିକ୍ଷଣ ଦିଆ ଯାଉଥିଲା । ଏହା ପରେ ସେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରୁଥିଲା ଯେଉଁଠାରେ ସେ ସଂରକ୍ଷିତ ଶକ୍ତିକୁ ଏକତ୍ର କାମନା ସମ୍ଭୋଗରେ ବିନିଯୋଗ କରି ଏହି ଅନୁଭବରେ ସମ୍ପୂର୍ଣ ଲିପ୍ତ ରହୁଥିଲା। ଯାହା ତାକୁ ଏକ ଗଭୀର ଶରୀରଗତ ଅନୁଭବ ଦେଉଥିଲା, ଯାହା ଆଗକୁ ତାକୁ କାମନା ବା ସେକ୍ସକୁ ଗଭୀର ରୂପେ ବୁଝିବାରେ ସହାୟକ ହେଉଥିଲା ଓ ସେ ଏଥିରୁ ମୁକ୍ତି ବା ରୂପାନ୍ତରଣ ମାର୍ଗ ଭବିଷ୍ୟତରେ ଖୋଜି ପାରୁଥିଲା ।

ଯୌନ କ୍ଷମତା ନେଇ ୩ ପ୍ରକାର ପୁରୁଷ ବିଭକ୍ତିକରଣ କଣ ?

୧.ପ୍ରତି ଶରୀର , ଭିନ୍ନ ଭିନ୍ନ କୋଷ , କଣିକା ବା DNA ସେଲ ର ସମଷ୍ଟି ଅଟେ । ଏଣୁ ଏହା ମୂଳତଃ ଅଲଗା , ପିତା ମାତା ଙ୍କ ମିଳନରେ ଏହା ବିବର୍ତ୍ତନ ହୁଏ। ପିଢ଼ି ପରେ ପିଢ଼ି ଏହା ନିଜକୁ ବିବର୍ତିତ୍ତ କରିଚାଲେ, ଯାହାକୁ ମ୍ୟୁଟେଶନ କହନ୍ତି।

୨. କାମଶାସ୍ତ୍ରରେ ଶରୀରର ଉତ୍ତାପ ଧାରଣର କ୍ଷମତା, ଗଠନ, ମନୋବିଜ୍ଞାନ ଓ ପ୍ରାଣ ଶକ୍ତି ଧାରଣ କ୍ଷମତା ଅନୁଯାୟୀ ଏହାକୁ ୩ ଶ୍ରେଣୀ ରେ ବିଭକ୍ତ କର ଯାଇଛି । ଯଥା
ଶଶକ, ବୃଷ , ଅଶ୍ଵ ।

କ. ଶଶକ ଅର୍ଥାତ୍ ଠେକୁଆ, କାମଶାସ୍ତ୍ର ଅନୁଯାୟୀ ଏହି ଶ୍ରେଣୀର ଲିଙ୍ଗ ଛ ଅଙ୍ଗୁଳି ହୋଇଥାଏ, ଦେଖିବାକୁ ଏମାନେ ଶାଳୀନ, ସ୍ମାର୍ଟ ନିଟ ଏଣ୍ଡ କ୍ଲିନ୍ ରହିବାକୁ ପସନ୍ଦ କରନ୍ତି। ଆଖି ବଡ ଓ ଲୋହିତ ରଙ୍ଗର ହୋଇଥାଏ,ଦାନ୍ତ ଛୋଟ କିନ୍ତୁ ସମାନ ଆକାରର ହୋଇଥାଏ । ଏମାନଙ୍କ ମୁହଁ ଗୋଲ୍ ଆଉ ସ୍ଵଭାବ ଶାନ୍ତ ହୋଇଥାଏ । ଶଶକ ଶ୍ରେଣୀ ବ୍ୟକ୍ତି ହାତ ଅଙ୍ଗୁଳି ହାଲକା ଗୋଲାପି ରଙ୍ଗର ଓ କେଶ ପତଳା, ନରମ କଣ୍ଠ ସୁମଧୁର ହୋଇଥାଏ । ଏମାନେ ଶାରୀରିକ ମିଳନ ପାଇଁ ସବୁବେଳେ ଆତୁର ବା ଉତ୍ସାହିତ ରହିଥାନ୍ତି । ଏମାନଙ୍କ ବେକ ଲମ୍ବା ନଥାଏ, ଶରୀର ହାତ, ଜଙ୍ଘ, ପିଚା ଗୋଡ଼ ଶରୀର ଗଠନ ପତଳା ହୋଇଥାଏ ଓ ଏମାନେ ସନ୍ତୁଳିତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ଏମାନେ ସବୁବେଳେ ପ୍ରସନ୍ନ ରହିବାକୁ ପସନ୍ଦ କରନ୍ତି ଆଉ ଏମାନଙ୍କ ପାଖରେ ଗର୍ବ ବା ଅହଙ୍କାର ସାଧାରଣ ଥାଏ। ଏମାନଙ୍କ ବୀର୍ଯ୍ୟ ତୀବ୍ରଗନ୍ଧ ଯୁକ୍ତ ନଥାଏ ।

ଖ. ବୃଷ ଜାତୀୟ ଶରୀର ଧାରିଙ୍କ ଲିଙ୍ଗ ୯ ଅଙ୍ଗୁଳି ଥାଏ। ଏମାନଙ୍କ ହାତ ଅପେକ୍ଷାକୃତ ବଡ଼ ଓ ଲମ୍ବା ଥାଏ । ଚଉଡ଼ା ଛାତି ଆଉ ଲମ୍ବା କପାଳ ଥାଏ, କଇଁଛ ଭଳି ପେଟ ଆଉ ମୋଟା ବେକ ଆଉ କାନ ଥାଏ । ଏମାନଙ୍କ ହାତ ପାପୁଲି ନାଲି ଆଉ କଣ୍ଠ ପତଳା ଥାଏ । ଆଖି କମଳ ପୁଷ୍ପ ପରି ଶୋଭିତ ହୁଏ। ଏମାନେ ସ୍ଵଭାବ ରେ ସଚ୍ଚୋଟ, ସତ୍ୟବାଦୀ, ହୃଦୟ ବାନ ଏବଂ ପ୍ରତି କାମ ପାଇଁ ତତ୍ପର ଥାଆନ୍ତି। ଏମାନଙ୍କ ଚାଲି ସିଂହ ପରୀ ଥାଏ ଏମାନେ ଦାନୀ ସ୍ୱଭାବର ଥାଆନ୍ତି, ଜଲଦି କେବେ କ୍ରୋଧ କରନ୍ତି ନାହିଁ । ଶୋଇବାକୁ ଚାହାନ୍ତି , କେବେ ବି କୌଣସି କାମ ପାଇଁ ଲଜ୍ୟା ବୋଧ କରନ୍ତି ନାହିଁ ଓ ଏମାନେ ଖାଦ୍ୟ ଲୋଭି ଅଟନ୍ତି , ଏଣୁ ଶରୀର ରେ ଏସିଡ୍ ବା ଅମ୍ଳ ମାତ୍ରା ଅଧିକ ରହିଥାଏ । ଅନ୍ୟ ପୁରୁଷ ତୁଳନାରେ ଏମାନେ ମୋଟା ହୋଇଥାନ୍ତି , ଜୀବନର ମଧ୍ୟ ଓ ଶେଷ ପର୍ଯ୍ୟାୟରେ ଏମାନଙ୍କ ଜୀବନ ସୁଖମୟ ହୁଏ । ଏମାନେ କୌଣସି ବି ନାରୀକୁ ଖୁସି କରି ପାରନ୍ତି।

ଗ. ଅଶ୍ୱ ଶ୍ରେଣୀର ବ୍ୟକ୍ତିଙ୍କ ଲିଙ୍ଗ ୧୨ ଅଙ୍ଗୁଳି ହୋଇଥାଏ । ଏହି ଶ୍ରେଣୀର ବ୍ୟକ୍ତି କାହାକୁ ବି ନିଜ ବ୍ୟକ୍ତିତ୍ଵ ରୂପ ରେ ପ୍ରଭାବିତ କରିବାକୁ ସକ୍ଷମ, ଲମ୍ବା ମୁହଁ, ବଳିଷ୍ଠ ଶରୀର , ମୋଟା ବାହୁ ଫ୍ଲାଟ୍ ଛାତି, ସୁଗଠିତ କପାଳ , ଲମ୍ବା ଓ ସୁନ୍ଦର୍ ଦାନ୍ତ ଏମାନଙ୍କ ଶାରୀରିକ ଗଠନ ମୁଖ୍ୟ ଅଙ୍ଗ ହୋଇଥାଏ । କେଶ ସିଧା, ଘନ ଓ ମୋଟା ହୋଇଥାଏ । ଏମାନେ ବହୁତ୍ ଈର୍ଷାଳୁ‌ ସ୍ଵଭାବ ହୋଇଥାନ୍ତି । ଆଉ ଅଳସୁଆ, ତଥା ନିଦୁଆ ଥାଆନ୍ତି କିନ୍ତୁ ଏମାନେ ମସ୍ତିଷ୍କ ରେ ବହୁତ୍ ପରିପକ୍ୱ ବା ମାଚ୍ୟୁର ଥାଆନ୍ତି। ଏମାନେ କୌଣସି ପରିସ୍ଥିତି ସହଜରେ ବୁଝି ପାରନ୍ତି। ଏମାନଙ୍କୁ ଠକିବା ମୁସ୍କିଲ ଯେଉଁଯାଏ ଏମାନେ ନିଜେ ଠକି ହୋଇ ନାହାନ୍ତି। ଏମାନଙ୍କ ଗୋଡ଼ ଆଉ ଆଣ୍ଠୁ ସିଧା ନଥାଏ । ଅଙ୍ଗୁଳି ସୁନ୍ଦର୍ ଆଖି ଲମ୍ବା, ମୁଖ ମଣ୍ଡଳ ଏକ ଚମକରେ ପୂର୍ଣ୍ଣ ଥାଏ । ଏମାନେ ଜଲଦି ଜଲଦି ଚାଲନ୍ତି । ଏମାନଙ୍କ କଣ୍ଠ ଭାରି ଓ ଗମ୍ଭୀର ଥାଏ ଆଉ ଶୁଣିବାକୁ ଆନନ୍ଦ ଦାୟକ ହୋଇଥାଏ । ଏମାନଙ୍କୁ ନିୟମିତ ଶୋଷ ଲାଗିଥାଏ, ଏମାନେ ଅତି ଖାଦ୍ୟ ପ୍ରେମୀ ହୋଇଥାନ୍ତି । ନାରୀ ମାନଙ୍କ ପ୍ରତି ଏମାନେ ପ୍ରେମୀ ସ୍ଵଭାବର ହୋଇଥାଆନ୍ତି ଓ ସବୁବେଳେ ସତ କଥା କୁହନ୍ତି ।

ତେବେ ମୁଖ୍ୟତଃ ଏହି ତିନି ଶ୍ରେଣୀରେ ପୁରୁଷ କୁ ବିଭାଜିତ କରା ଯାଇଛି। ଯଦି ଉପରୋକ୍ତ କୌଣସି ଶ୍ରେଣୀରେ ଜଣେ ନିଜ ଲିଙ୍ଗକୁ ନେଇ ଉପଯୁକ୍ତ ମନେ ନକରନ୍ତି ତେବେ ଶାରୀରିକ ବ୍ୟାୟାମ ଦ୍ବାରା ଅଙ୍ଗ ବର୍ଦ୍ଧନ ସମ୍ଭବ। ଯଦି କୌଣସି ପୁରୁଷ ଙ୍କ ଲିଙ୍ଗ ଦିଆ ଯାଇଥିବା ଦ୍ରଷ୍ଟବ୍ୟ ଠାରୁ ଛୋଟ ତେବେ ସେମାନେ ନିକଟବର୍ତ୍ତୀ ଶ୍ରେଣୀ ରେ ନିଜ ସ୍ଵଭାବ ଅନୁଯାୟୀ ନିଜକୁ ନିରୂପଣ ବା ଚିହ୍ନଟ କରିପାରିବେ । ମନେ ରଖନ୍ତୁ ତନ୍ତ୍ର ଯୋଗ କହେ, ଲିଙ୍ଗର ଆକାର ଶାରୀରିକ ଗଠନର ଆଧାର ଅନୁଯାୟୀ ଶରୀର ପରିବର୍ତ୍ତନ କରିଥାଏ ପ୍ରତି ୭ ବର୍ଷରେ। ଏଣୁ ପ୍ରତିଟି ବିଷୟରେ ଆପଣଙ୍କ ନିଜସ୍ଵ ବିଚାର ଆଉ ଅନୁଭୁତି ହିଁ ଆପଣଙ୍କ ନିଜସ୍ଵ ସତ୍ୟ ହେବ ।

ତେବେ ପୁରୁଷ ଯୌନ ବା ଲିଙ୍ଗଗତ ଶାରୀରିକ ଶ୍ରେଣୀ ପରି, ବିପରୀତ ନାରୀର ଯୌନ ଶକ୍ତି ଧାରଣ କ୍ଷମତା ନେଇ ମଧ୍ୟ ୟୋନୀ ଶ୍ରେଣୀ ବିଭାଜନ ରହିଛି। ଯାହା କ୍ରମଶଃ କ. ହରିଣୀ (ମୃଗୀ) ଖ. ଘୋଟିକା (ଅଶ୍ଵିନୀ) ଗ. ହସ୍ତିନି ( ମାଇ ହାତୀ) ଅଟେ ।

କାମଶାସ୍ତ୍ର ହିସାବରେ ସଠିକ ମିଳନ
ଶଶକ ସହ ମୃଗୀ
ବୃଷ ସହ ଘୋଟିକା
ଅଶ୍ୱ ସହ ହସ୍ତିନି କୁ ପରିପୂରକ ମେଳ କୁହ ଯାଇଛି । କିନ୍ତୁ ଯଦି ଏହା ଅମେଳ ହୁଏ ତେବେ ଏହାର ପ୍ରଭାବ ଆଉ ଅନୁଭୁତି କଣ ହୁଏ ତାହା ଆଗକୁ ଆଲୋଚନା ଜାରି ରହିବ । ଆପଣଙ୍କ ମତାମତ ଜଣାଇବାକୁ ଅନୁରୋଧ ।

Get real time updates directly on you device, subscribe now.