fbpx

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ: ଜାଣନ୍ତୁ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଆସିଛି ବଡ଼ ଖବର । ଏଥିପାଇଁ ଆସିଛି ନୂଆ ନିୟମ । ଟାଇମଲାଇନ ଭିତରେ ବୁକିଂ କରିଥିଲେ ମିଳିବ ରିହାତି । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଏହା ସହ ଧାର୍ଯ୍ୟ ତାରିଖ ଭିତରେ ବୁକିଂ କୌଣସି ଫାଇନ୍ ଦେବାକୁ ପଡିବନି । ଗାଡ଼ି ନମ୍ବର ୧,୨ରେ ଶେଷ ହେଉଥିଲେ ୩୦ ସେପ୍ଟେମ୍ବର ହେଉଛି ଡେଡଲାଇନ୍ । ସେହିପରି ୩ ଓ ୪ରେ ଶେଷ ହେଉଥିବା ନମ୍ବର ପାଇଁ ମଧ୍ୟ ୩୦ ସେପ୍ଟେମ୍ବର ଡେଡଲାଇନ୍ ରହିଛି । ବୁକିଂ କରିଥିଲେ ଓ ସ୍ଲିପ୍ ଥିଲେ ଫାଇନ୍ ଦେବାକୁ ପଡିବନି । ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ଚେକିଂରୁ ରକ୍ଷା ପାଇପାରିବେ ।

ତେବେ ରାଜ୍ୟରେ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ରାସ୍ତାରେ ଗାଡ଼ି ଚଳାଇଲେ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ୨୦୧୯ ମସିହା ଠାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍ ବ୍ୟବହୃତ ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜିକୃତ ଗାଡି ଗୁଡିକରେ ଏବେବି ପୁରୁୁଣା ନମ୍ବର ପ୍ଲେଟ୍ ରହିଛି । କିନ୍ତୁ ଏବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଡ଼ିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ପରିବହନ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.