fbpx

Online Shopping; ଅକ୍ଟୋବର ପହିଲାରୁ ବଦଳିଯିବ ଏହି ସବୁ ନିୟମ: ଜାଣନ୍ତୁ କେମିତି ହେବ ପେମେଣ୍ଟ…

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧ରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଗାଡିର ହାଇ ସିକ୍ୟୁରିଟି ନମ୍ବର ବଦଳିବା ସହ ଅନଲାଇନ ଶପିଙ୍ଗ ସିଷ୍ଟମରେ ମଧ୍ୟ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିବ । ଏ ନେଇ ଏକ ନୂଆ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନଲାଇନ, ପଏଣ୍ଟ-ଅଫ-ସେଲ ଏବଂ ଇନ-ଆପ ଟ୍ରାଞ୍ଜାକ୍ସନରେ ଉପଯୋଗ ହେଉଥିବା ସମସ୍ତ କେଡିଟ ଏବଂ ଡେବିଟ କାର୍ଡ ଡାଟା ଟୋକନ ସହ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏାପୂର୍ବରୁ ଜୁଲାଇରୁ ଆରମ୍ଭ ହୋଇ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି ଟୋକନ ଦ୍ୱାରା ପେମେଣ୍ଟ କରିବା ଅଧିକ ସହଜ ବେ ବୋଲି କୁହାଯାଇଛି । ଆରବିଆଇ ଅନସାରେ, ଟୋକେନାଇଜେସନ ସିଷ୍ଟମରେ ଏବେ କୌଣସି ଅନଲାଇନ ପ୍ଲାଟଫର୍ମରେ କୌଣସିପ୍ରକାର ଡେବିଟ କିମ୍ବା କ୍ରେଡିଟ କାର୍ଡର ଡିଟେଲ ସେଭ କରିବାର ଆବଶ୍ୟକ ନାହିଁ । ଏହାର ବିକଳ୍ପ ଭାବରେ ‘ଟୋକନ’ ନାମରେ ଏକ ଅପ୍ସନାଲ କୋଡ ଦିଆଯିବ । ଏହାଦ୍ୱାରା ଗ୍ରାହକଙ୍କର ବାସ୍ତବିକ କାର୍ଡର ଡିଟେଲ କେଉଁଠି ବି ଲିକ ହେବାର ସମ୍ଭବନାକୁ କମାଇ ଦିଆଯାଇ ପାରିବ ।

ନୂଆ ନିୟମ ଲାଗୁ ହେବା ଦ୍ୱାରା ଗ୍ରାହକଙ୍କୁ ଅନଲାଇନ ପ୍ରଡକ୍ଟ କିଣିବା ସମୟରେ ନିଜ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିଥାଏ । ତେବେ ଗ୍ରାହକ କୌଣସି ଜିନିଷ କିଣିବା ଦ୍ୱାରା ବେପାରୀ ଟୋକେନାଇଜେସନ ଆରମ୍ଭ କରିପାରିବେ । ତେବେ ଏଥିପାଇଁ କାର୍ଡକୁ ଟୋକନ କରିବାପାଇଁ ସହମତି ମାଗିବେ ବେପାରୀ । ଥରେ ପରମିଶନ ଦେବା ପରେ ମର୍ଚାଣ୍ଟ କାର୍ଡ ନେଟୱାର୍କକୁ ଏକ ଅନୁରୋଧ ପଠାଇବେ । ଏହିପରି ଭାବରେ କାର୍ଡ ପାଇଁ ଏକ ଟୋକନ ନମ୍ବର ଜେନେରେଟ ହୋଇପାରିବ ।

Get real time updates directly on you device, subscribe now.