fbpx

(Video) ଅନ୍ୟ ମହିଳା ସହ ହୋଟେଲ ରୁମରେ ସ୍ୱାମୀ କରୁଥିଲା ରାସଲୀଳା: ଅଚାନକ୍ ପଶିଆସିଲା ପତ୍ନୀ, ଆଉ ତା’ପରେ…

ନୂଆଦିଲ୍ଲୀ: ଆଜିକାଲି ପରକୀୟା ପ୍ରୀତି ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ବ୍ୟକ୍ତି ନିଜର ପତ୍ନୀ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ ନେଇ ହୋଟେଲ ରୁମରେ ରୋମାନ୍ସ କରୁଥିଲେ । କିନ୍ତୁ ସେଠାରେ ଅଚାନକ୍ ତାଙ୍କ ପତ୍ନୀ ପହଞ୍ଚିଯାଇଥିଲେ । ଆଉ ତା’ ପରେ ହୋଟେଲ ରୁମ୍ ପାଲଟିଯାଇଥିଲା ଋଣକ୍ଷେତ୍ର । ଉଭୟ ସ୍ୱାମୀ ଓ ଯୁବତୀଙ୍କୁ ପଚଲରେ ପିଟିବା ଆରମ୍ଭ କରିଥିଲେ ପତ୍ନୀ । ଏହି ଘଟଣାଟି ଉତ୍ତରପ୍ରଦେଶର ଆଗରାରେ ଘଟିଥିବା ଜଣାପଡିଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଦୱରୀ ରୋଡରେ ରହୁଥିବା ଦିନେଶଙ୍କ ଉପରେ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଅନ୍ୟ କେଉଁ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ପତ୍ନୀ ରାଗିଯାଇ ଘରଛାଡ଼ି ବାପଘରକୁ ପଳାଇଥିଲେ ।

କିନ୍ତୁ ସୋମବାର ଦିନ ନିଲମଙ୍କୁ ଜଣାପଡିଥିଲା କି, ତାଙ୍କ ସ୍ୱାମୀ ଦିନେଶ ସେହି ମହିଳା ସହ ଦିଲ୍ଲୀ ଗେଟ ସ୍ଥିତ ହୋଟେଲରେ ଅଛି, ସେବେ ସେ ତୁରନ୍ତ ନିଜ ଭାଇକୁ ସାଙ୍ଗରେ ନେଇ ପହଞ୍ଚିଥିଲେ । ସେଠାରେ ରୁମ ଭିତରେ ଦୁହିଁଙ୍କୁ ସେ ଏକାଠି ଦେଖିଥିଲେ । ରାଗରେ ଆସି ନିଲମ ପ୍ରଥମେ ପତ୍ନୀଙ୍କୁ ଓ ପରେ ସେ ମହିଳାଙ୍କୁ ଚପଲରେ ପିଟିବାକୁ ଲାଗିଥିଲେ । ଏହି ସମୟରେ ସ୍ୱାମୀ ଦିନେଶ କ୍ଷମା ମାଗୁଥିବା ମଧ୍ୟ ଦେଖିବାକୁ ମିଳିଛି, କିନ୍ତୁ ନିଲମ ନିଜ ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଯେଉଁ ସମୟରେ ନିଲମ ତାଙ୍କ ସ୍ୱାମୀ ଓ ମହିଳାଙ୍କୁ ଚପଲରେ ପିଟୁଥିଲେ, ସେବେ ତାଙ୍କ ଭାଇ ଏହାର ଭିଡିଓ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ହିସାବରେ, ‘ପତି, ପତ୍ନି ଓ ସେ’ ର ଏହି ହାଇଭୋଲଟେଜ ଡ୍ରାମା କିଛି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଦିନେଶ ସହ ସେହି ମହିଳାଙ୍କୁ ଥାନାକୁ ନେଇଥିଲା । ତେବେ ଦିନେଶ ଏକ ନର୍ସିଗ ହୋମରେ କାମ କରୁଛନ୍ତି । ଦୁହିଁଙ୍କର ୧୬ ବର୍ଷର ଝିଅ ମଧ୍ୟ ଅଛି । ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ବିଭିନ୍ନ କମେଣ୍ଟ ଦେଉଛନ୍ତି । ଆସନ୍ତୁ ଦେଖିବା ଏହାର ଭିଡିଓ…

Get real time updates directly on you device, subscribe now.