fbpx

ଓଃ କି ଚଟକଣୀରେ! ବାଦାମ ଖାଇଲୁ, ପୁଣି ମାରିଲୁ କାହିଁକି? ଏଇଟା ମାଙ୍କଡ ବୁଦ୍ଧି ଆଉ…

ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ପ୍ରାୟ ସମୟରେ ଭାଇରାଲ ହୋଇଥାଏ । ତେବେ ଏମାନଙ୍କ ଭିତରେ ସବୁଠୁ ଏଣ୍ଟରଟେନ କରିଥାଏ ମାଙ୍କଡ । ବେଳେବେଳେ ଏମିତି ପ୍ରକାରର କାରନାମା କରିଥାଏ, ଯିଏ ବି ଦେଖିବ ହସି ହସି ବେଦମ୍ ହୋଇଯିବ । ଆଉ କିଛି ଶରାରତୀ ମାଙ୍କଡ ତ ଲୋକଙ୍କୁ ଏଣ୍ଟରଟେନ କରିବାରେ କୁବ ମାହିର ହୋଇଥାନ୍ତି । ତାଙ୍କର ପ୍ରତିଟି କାମ ଆପଣଙ୍କ ମନରେ କୌତୁହଳ ଭରି ଦେବ । ଠିକ ଯେମିତି ଭାଇରାଲ ହେଉଥିବା ଏହି ଭିଡିଓ ।

ଅନେକ ସମୟରେ ମାଙ୍କଡମାନେ ଚାପୁଡା ମାରୁଥିବାର ଆପଣ ଦେଖିଥିବେ । କିନ୍ତୁ ଏମିତି ମାଡ ହୁଏତ କେବେ ଦେଖି ନଥିବେ । ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି । କିଛି ମାଙ୍କଡ ଲୋକଙ୍କ ହାତରୁ ସେମାନଙ୍କ ଖାଦ୍ୟ ଛଡାଇ ନେଇଥାନ୍ତି । ସେହିଭଳି ଗୋଟିଏ ମାଙ୍କଡକୁ ଜଣେ ମହିଳା କିଛି ଖାଇବାକୁ ଦେଉଛନ୍ତି । ଆଉ ଏହାକୁ ଖାଇ ସାରିବା ପରେ ମାଙ୍କଡ ଯାହା କରିଛି, ତାହା ହୁଏତ ବିଶ୍ୱାସ କରି ହେବନି । ମାଙ୍କଡ ମହିଳାଙ୍କ ହାତରୁ ବାଦାମ ଖାଇ ତାଙ୍କ ଗାଲକୁ ଲଗାଇ ଦେଇଛି ଏକ ଶକ୍ତ ଚାପୁଡା । ଏହି ଘଟଣାର ଭିଡିଓ ଏବେ ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛଇ ଯେ, ମହିଳା ଟୁରିଷ୍ଟ ଜଣକ ନିଜ ହାତରେ ମାଙ୍କଡକୁ କିଛି ଖାଦ୍ୟ ଦେଇଛନ୍ତି । ମାଙ୍କଡ ଏହାକୁ ଖୁବ ଶୀଘ୍ର ଖାଇ ଦେଇଛି । ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି, ମାଙ୍କଡଟି ଯେଉଁ ସ୍ପିଡରେ ଖାଦ୍ୟ ସବୁ ଖାଇଛି, ସେହିଭଳି ଆଖି ପିଛୁଳାକେ ମହିଳାଙ୍କ ଗାଲକୁ ଏକ ଜୋରଦାର ଚାପୁଡା ଲଗାଇ ଦେଇଛି । ଶେଷରେ ମହିଳା ନିଜ ଗାଲକୁ ଆଉଁସି ଚୁପ ରହିଛନ୍ତି । ଏବେ ଏହି ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକୋକ ଏହାର ମଜା ନେଉଥିବା ବେଳେ କିଛି ଲୋକ ଏହାକୁ ପସନ୍ଦ କରି ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

 

View this post on Instagram

 

A post shared by Bhutni_ke (@bhutni_ke_memes)

Get real time updates directly on you device, subscribe now.