fbpx

ପୁରୁଷଙ୍କୁ ସବୁବେଳେ ଦୋଷ ଦିଆଯାଇ ପାରିବନି, ଯୌନ ଉତ୍ପୀଡନ ମାମଲାରେ ଏପରି କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଯୌନ ଉତ୍ପୀଡନ ମାମଲାର ଶୁଣାଣୀ କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଏହା ସତ ଯେ, ମହିଳାଙ୍କ ସୁରକ୍ଷା ଲାଗି ଆଇନ ତିଆରି ହୋଇଛି । କିନ୍ତୁ ପୁରୁଷ ସର୍ବଦା ଭୁଲ୍ ହୋଇ ନ ଥାଏ । ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ଉତ୍ପୀଡନ ଅଭିଯୋଗର ଶୁଣାଣୀ କରି କୋର୍ଟ ଏପରି କହିଛନ୍ତି । କୋର୍ଟ କହିଛନ୍ତି ଏପରି ମାମଲାରେ କେସ୍‌କୁ ପ୍ରମାଣିତ କରିବାର ଦାୟିତ୍ୱ ଅଭିଯୁକ୍ତ ଓ ଅଭିଯୋଗକାରୀ ଉଭୟଙ୍କ ଉପରେ ରହିଛି ।

ବିଚାରପତି ରାହୁଲ ଚତୁର୍ବେଦୀ ଓ ବିଚାରପତି ନନ୍ଦ ପ୍ରଭା ଶୁକ୍ଳା କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ କି ଯୌନ ଉତ୍ପୀଡନ ସହ ଜଡିତ ଆଇନ ମହିଳା କେନ୍ଦ୍ରିତ ଅଟେ । ଏହିସବୁ ଆଇନର ଲକ୍ଷ୍ୟ ମହିଳାଙ୍କ ଗାରିମା ଓ ସମ୍ମାନ ରକ୍ଷା କରିବା । କିନ୍ତୁ ଏହା ବି ଧ୍ୟାନ ରଖିବା ଉଚିତ କି ସବୁବେଳେ ପୁରୁଷଙ୍କର ଭୁଲ୍ ନ ଥାଏ । କୋର୍ଟ ଅଭିଯୁକ୍ତଙ୍କୁ ମୁକ୍ତ କରାଯିବା ବିରୁଦ୍ଧରେ ଦାୟର ଆବେଦନ ଉପରେ ଏହି କଥା କହିଛନ୍ତି । ଅଭିଯୁକ୍ତଙ୍କ ଉପରେ ଅନୁସୂଚୀତ ଜାତି-ଜନଜାତି ଆଇନ ଆଧାରରେ ବି ମାମଲା ରୁଜୁ ହୋଇଥିଲା । ପୀଡିତା ୨୦୧୯ରେ କେସ୍ ରୁଜୁ କରିଥିଲେ ଓ କହିଥିଲେ କି ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଯୌନ ସମ୍ବନ୍ଧ ରଖୁଥିଲେ । କିନ୍ତୁ ପରେ ସେ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଏହା ସହିତ ମହିଳା ଅଭିଯୋଗ କରିଥିଲେ କି ସେ ତାଙ୍କ ବିରୁଦ୍ଧରେ ଜାତି ସୂଚକ ଶବ୍ଦ ବ୍ୟବହାର କରିଥିଲେ ।

ଅଭିଯୁକ୍ତଙ୍କ ବିରୁଦ୍ଧରେ ୨୦୨୦ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ତେବେ ଟ୍ରାଏଲ୍ କୋର୍ଟ ତାଙ୍କୁ ୨୦୨୩ରେ ଏହି କେସ୍‌ରେ ମୁକ୍ତ କରିଦେଇଥିଲା । କୋର୍ଟରେ ଅଭିଯୁକ୍ତ କହିଥିଲେ କି ୨ ଜଣଙ୍କ ମଧ୍ୟରେ ସହମତିରେ ସମ୍ବନ୍ଧ ସ୍ଥାପନ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲା କି ମହିଳା ଜଣକ ତାଙ୍କ ସଂପ୍ରଦାୟର ନୁହଁନ୍ତି ଓ ଏହି କାରଣରୁ ସେ ତାଙ୍କୁ ବିବାହ କରିବାକୁ ମନା କରିଥିଲେ । ପରେ ଜଣାପଡିଥିଲା କି ମହିଳା ଜଣକ ୨୦୧୦ରେ ଜଣଙ୍କୁ ବିବାହ କରିଥିଲେ ଓ କିନ୍ତୁ ୨ ବର୍ଷ ପରେ ସେ ଅଲଗା ରହୁଥିଲେ । ମହିଳା ଜଣକ ନିଜ ବିବାହ ବିଷୟରେ ଲୁଚାଇ ଅଭିଯୁକ୍ତଙ୍କ ସହ ସମ୍ବନ୍ଧରେ ଥିଲେ । ଏହା ସହିତ ନିଜ ଜାତି ବି ଲୁଚାଇ ଥିଲେ । ଏହି ମାମଲାରେ ହାଇକୋର୍ଟ ଟ୍ରାଏଲ୍ କୋର୍ଟଙ୍କ ରାୟଙ୍କୁ ଯଥାର୍ଥ ବୋଲି କହିଛନ୍ତି ।

Get real time updates directly on you device, subscribe now.