fbpx
BSKY SKY
BSKY SKY

ପୁରୁଷମାନେ ନିହାତି ସେବନ କରନ୍ତୁ କେସର, ଏହି ସମସ୍ୟାରୁ ମିଳିବ ମୁକ୍ତି

BSKY

କେସର ବିଷୟରେ ତ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି, ସ୍କିନର ସୁନ୍ଦରତାଠାରୁ ଆରମ୍ଭ କରି ଶରୀରର ଅନ୍ୟ ସମସ୍ୟାକୁ ଦୂର କରିବାରେ କେସର ସାହାଯ୍ୟ କରିଥାଏ । ଅନେକ ପ୍ରକାରର ପୋଷକ ତତ୍ତ୍ୱ କେସରରେ ମିଳିଥାଏ, ଯେଉଁଥିରେ ଆଇରନ୍, କ୍ୟାଲସିୟମ୍, ଫସଫରସ୍ ଇତ୍ୟାଦି ସାମିଲ । ଏହା ପିଲାମାନଙ୍କଠାରୁ ବୃଦ୍ଧମାନଙ୍କ ପାଇଁ ଲାଭଦାୟକ ହୋଇଥାଏ । ଆପଣ ମଧ୍ୟ କେସର ସେବନ କରି ନିଜକୁ ଫିଟ୍ ରଖିପାରିବେ । କିନ୍ତୁ ଆପଣ ଜାଣନ୍ତି କି ପୁରୁଷଙ୍କ ଅନେକ ପ୍ରକାରର ସମସ୍ୟା ଦୂର କରିବାରେ କେସର ସହାୟକ ହୋଇପାରେ । ଏପରି ପରିସ୍ଥିତିରେ ପୁରୁଷଙ୍କ ପାଇଁ କେସର କୌଣସି ବରଦାନଠାରୁ କମ୍ ନୁହେଁ ।

କେସର ସେବନ ଦ୍ୱାରା ପୁରୁଷଙ୍କର ଏହି ସମସ୍ୟା ଦୂର ହୋଇଥାଏ…

ଶାରୀରିକ ଦୁର୍ବଳତା :-
କେସର ସେବନ ଦ୍ୱାରା ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୁଏ । ଏହାର କାରଣ ହେଉଛି ଶରୀରର ମାଂସପେଶୀକୁ ଶକ୍ତିଶାଳୀ ରଖିବାରେ କେସର ବହୁତ ପ୍ରଭାବଶାଳୀ । ଏଥିପାଇଁ ଆପଣ ଏହାକୁ କ୍ଷୀର ସହିତ ମିଶାଇ ପିଇପାରିବେ ।

ଶୀଘ୍ର ପତନର ସମସ୍ୟା :-
ଆପଣ ଜାଣନ୍ତି କି କେସର ସେବନ ଦ୍ୱାରା ଶୀଘ୍ରପତନର ସମସ୍ୟା ଦୂର ହୋଇପାରେ । ମାନସିକ ଚାପ ଯୋଗୁଁ ଅନେକ ପୁରୁଷଙ୍କଠାରେ ଏହି ସମସ୍ୟା ଦେଖାଯାଏ । ଏପରି ପରିସ୍ଥିତିରେ କେସର ସେବନ ଦ୍ୱାରା ମାନସିକ ଚାପ କମିଯାଏ ଏବଂ ଶୀଘ୍ରପତନର ସମସ୍ୟା ମଧ୍ୟ ଦୂର ହୋଇଯାଏ ।

ଯୌନଶକ୍ତି ବୃଦ୍ଧି କରେ:-
କେସର ସେବନ ଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଯୌନ ଇଚ୍ଛା ବଢ଼ିପାରେ । କାରଣ ଚାପ ହେତୁ ପୁରୁଷମାନଙ୍କର ଯୌନ ଇଚ୍ଛା କମିଯାଏ । ଯେଉଁଥିପାଇଁ ସେମାନଙ୍କର ସେକ୍ସ ଲାଇଫ୍ ଖରାପ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ପ୍ରତିଦିନ କେସର ସେବନ କରିବା ଉଚିତ୍ । ଏହା ସ୍ପର୍ମ କାଉଣ୍ଟ ବଢ଼ାଇବାରେ ସାହାଯ୍ୟ କରିଥାଏ ।

କ୍ୟାନ୍ସରରୁ ରକ୍ଷା କରେ:-
କେସର ସେବନ କରିବା ଦ୍ୱାରା ଆପଣ କ୍ୟାନ୍ସର ଭଳି ଗମ୍ଭୀର ରୋଗରୁ ରକ୍ଷାପାଇପାରିବେ । ଏହାର କାରଣ ହେଉଛି, କେସରରେ କ୍ରୋସିନ୍ ନାମକ ଏକ କାରୋଟିନ୍ ମିଳିଥାଏ । ଯାହା ପୁରୁଷମାନଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସରଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.