fbpx

ଆପଣ ଅତ୍ୟଧିକ ଇୟରଫୋନ୍‌ ବ୍ୟବହାର କରୁଛନ୍ତି କି ? ଜୀବନ ପ୍ରତି ସାଜିପାରେ ବିପଜ୍ଜନକ

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନଶୈଳୀରେ ଆଜିକାଲି ଅଧିକାଂଶ ଲୋକ ଦାମୀ ଦାମୀ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ସମସ୍ତେ ଜାଣିଛନ୍ତି କୌଣସି ବି ଜିନିଷ ଅଧିକ ବ୍ୟବହାର କରିବା ଦ୍ୱାରା ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏମିତି କିଛି ଇୟର ଫୋନ୍‌ ଏବଂ ହେଡ୍‌ଫୋନ୍‌ ବ୍ୟବହାର କରିବା ଦ୍ୱାରା ମଧ୍ୟ ହୋଇଥାଏ । ଯଦି ଆପଣ ଏହାକୁ ଦିନସାରା ବ୍ୟବହାର କରିବେ ତେବେ ଏହା ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇପାରେ ।

ଇଏନଟି ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାଦ୍ୱାରା କାନ ଉପରେ ଧୀରେ ଧୀରେ ପ୍ରଭାବ ପଡିବା ଆରମ୍ଭ ହୋଇଥାଏ । କେବଳ ଏତିକି ନୁହେଁ କାନରେ ସଂକ୍ରମଣ ହେବାର ମଧ୍ୟ ଭୟ ଥାଏ । ବିଶେଷଜ୍ଞଙ୍କ ମତରେ ଯଦି ଆପଣ ହେଡ୍‌ଫୋନ୍‌ ଅଧିକ ସମୟ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ କାନ ବେଶୀ ପ୍ରଭାବିତ ହୁଏ । ଏହାଦ୍ୱାରା ବାରମ୍ବାର ସଂକ୍ରମଣର ଆଶଙ୍କା ଦେଖାଯାଇଥାଏ । ଆରମ୍ଭରେ କାନରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ଧୀରେ ଧୀରେ ଆପଣଙ୍କ ସମସ୍ୟା ବଢିାରେ । ଯନ୍ତ୍ରଣା ହେବା ପରେ ଆପଣଙ୍କ କାନରେ ସଂକ୍ରମଣ ହେବାର ଭୟ ଥାଏ । କାହାର କାହାର ମୁଣ୍ଡ ମଧ୍ୟ ବୁଲାଇଥାଏ । ଏହା ବ୍ୟତୀତ ଛୁଆଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । କେବେ କେବେ ହେଡ୍‌ଫୋନ୍‌ ଅଧିକ ବ୍ୟବହାର କରିବା ଦ୍ୱାରା ଧ୍ୟାନ ଦେବାରେ ମଧ୍ୟ ସମସ୍ୟା ହୋଇପାରେ ।

ଯଦି ଆପଣ ବ୍ୟବହାର କରୁଥିବା ହେଡ୍‌ଫୋନ୍‌ କାହାରିକୁ ଦିଅନ୍ତି ଅଥବା ଅନ୍ୟର ହେଡ୍‌ଫୋନ୍‌ ନିଅନ୍ତି ତେବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ କାନ ଉପରେ ଖରାପ ପ୍ରଭାବ ପଡିପାରେ । ଏମିତିରେ ହେଡ୍‌ଫୋନ୍‌ କିମ୍ବା ଇୟର ଫୋନ୍‌ ସେୟାର କରିବାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଇୟରଫୋନ୍‌ ବଦଳରେ ହେଡ୍‌ଫୋନ୍‌ ବ୍ୟବହାର କରିବା ଭଲ ଅଟେ । ଯଦି ନିହାତି ଜରୁରୀ ତେବେ ସମୟ ବ୍ୟବଧାନରେ ଏହାକୁ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.