fbpx

ପୁରୁଷମାନେ ଶରୀରରେ ଦେଖାଦେଉଥିବା ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା: ନଚେତ୍ ପରେ କରିବେ ଅନୁତାପ

ଅନେକଥର ଶେଯରୁ ଉଠିବା ପରେ ଜ୍ୱର କିମ୍ବା ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଯାହାକୁ ଆମେ ସାଧାରଣତଃ ଅରଷଦଖା କରିଦେଉ । ଯଦି ଏପରି ସମସ୍ୟା ଆପଣଙ୍କୁ ବାରମ୍ବାର ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ପୁରୁଷଙ୍କ ଲାଇଫଷ୍ଟାଇଲ ଖରାପ ହେଉଛି, ଯାହାଫଳରେ ଅନେକ ରୋଗ ଆପଣଙ୍କ ଶରୀରକୁ ଆକ୍ରମଣ କରୁଛି । ଏପରି ପରିସ୍ଥିତିରେ ପୁରୁଷମାନଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ…

ହଠାତ୍ ମୁଣ୍ଡବିନ୍ଧା :-
ଯଦି ଆପଣଙ୍କୁ ଅଫିସରେ କାମ କରିବାବେଳେ, ସକାଳୁ ଉଠିବା ପରେ କିମ୍ବା ଅନ୍ୟ କୌଣସି ସମୟରେ ହଠାତ୍ ମୁଣ୍ଡବିନ୍ଧା ହେଉଛି, ତେବେ ଏହା ଏକ ସାଧାରଣ କାରଣ ନୁହେଁ । ଅଧିକାଂଶ ପୁରୁଷଙ୍କଠାରେ ଏପରି ସମସ୍ୟା ଦେଖାଦେଇଥାଏ, ଯାହାକୁ ସେମାନେ ଅଣଦେଖା କରିଦିଅନ୍ତି । କିନ୍ତୁ ଏପରି କରନ୍ତୁ ନାହିଁ, କାରଣ ଏହି ଯନ୍ତ୍ରଣା ମାଇଗ୍ରେନ୍ର ହୋଇପାରେ ଏବଂ ଆଖିରେ ସମସ୍ୟା ହେତୁ ମଧ୍ୟ ହୋଇପାରେ । ତେଣୁ ଯଦି ଆପଣଙ୍କର ମଧ୍ୟ ହଠାତ୍ ମୁଣ୍ଡବିନ୍ଧା ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

ଛାତି ଯନ୍ତ୍ରଣା:-
ଅନେକ ଥର ପୁରୁଷମାନେ ଅଚାନକ୍ ଛାତିରେ ହେଉଥିବା ଯନ୍ତ୍ରଣାକୁ ଅଣଦେଖା କରନ୍ତି । ଯଦି ଆପଣ ଯନ୍ତ୍ରଣା ହେତୁ ସଠିକ୍ ଭାବରେ କାମ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଏହି ସମସ୍ୟା ହୃଦଘାତର କାରଣ ମଧ୍ୟ ହୋଇପାରେ । ତେଣୁ ଯଦି ଆପଣଙ୍କର ଛାତିରେ ଯନ୍ତ୍ରଣା ହେଉଛି, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଗୋଡରେ ଫୁଲା :-
ଅନେକ ଥର, ଦିନସାରା ଅଫିସରେ ବସିଥିବାରୁ ଗୋଡ ଫୁଲିଯାଇଥାଏ । ଶରୀରରେ ରକ୍ତ ଅଭାବରୁ ଗୋଡ ଫୁଲିଥାଏ । ତେଣୁ ଯଦି ଦୀର୍ଘ ସମୟ ଧରି ଗୋଡରେ ଫୁଲା ଦେଖାଯାଏ, ଦୟାକରି ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.