fbpx
BJD SKY
BJD SKY

୧୬ରେ ଭୁବନେଶ୍ୱର ଆସିବ ପୁରୁଷ ହକି ଟିମ୍, କଥା ହେଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମକୁ ଟୋକିଓରେ ଐତିହାସିକ ବିଜୟକୁ ନେଇ ଶୁଭେଚ୍ଛା ଜଣାଇବା ପରେ ଓଡ଼ିଶା ଆସିବାକୁ ନବୀନ ଆମନ୍ତ୍ରଣ କରିଛନ୍ତି । ଫଳରେ ଅଗଷ୍ଟ ୧୬ରେ ଭାରତୀୟ ପୁରୁଷ ହକି ଟିମ୍ ଭୁବନେଶ୍ୱର ଆସିବେ । ବିଜୟୀ ଟିମକୁ ସ୍ୱାଗତ କରିବାକୁ ଅପେକ୍ଷା କରୁଛୁ ବୋଲି ନବୀନ କହିଛନ୍ତି ।

ତେବେ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସର ହକିରେ ବ୍ରୋଞ୍ଜ ପଦକ ଜିତିଛି ଭାରତ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେ ଚମତ୍କାର ପ୍ରଦର୍ଶନ କରିଛି ଭାରତ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରାୟ ୧୯୮୦ ପରେ ହକିରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ସିମରନଜିତ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ରୁପିନ୍ଦର ପାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

Get real time updates directly on you device, subscribe now.