fbpx
BSKY
BJD MC SKY
BJD YOUTH SKY

ଆପଣଙ୍କ ପାଖରେ ଏହି ୪ଟି ଅଭ୍ୟାସ ଥିଲେ ସାବଧାନ; ମାନସିକ ସ୍ୱାସ୍ଥ୍ୟ ଉପରେ ପକାଇଥାଏ ଖରାପ ପ୍ରଭାବ

ଆଜିକାଲିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଜରୁରୀ । କାରଣ ଆମ ମସ୍ତିକ ହିଁ ଆମର ଜୀବନର ସମସ୍ତ କାର୍ଯ୍ୟ କରିବାରେ ଆମକୁ ସାହାଯ୍ୟ କରିଥାଏ । ତେବେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ମାନସିକ ସ୍ୱାସ୍ଥ୍ୟକୁ ଗମ୍ଭୀରତାର ସହ ନେଇ ନଥାନ୍ତି । ଫଳରେ ପରବର୍ତ୍ତି ସମୟରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ମତରେ ଏପରି କିଛି ଅଭ୍ୟାସ ଅଛି ଯାହା ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଫଳରେ ବ୍ୟକ୍ତଚି ଜଣକ ବିଶାଦ ଚିନ୍ତା ଏବଂ ଦୁଃଖରେ ନିଜର ଜୀବନ ଅତିବାତି କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏପରି କେଉଁ ଅଭ୍ୟାସ ଅଛି ଯାହା ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଥାଏ ।

ଏହି ୪ଟି ଅଭ୍ୟାସ ମାନସିକ ସ୍ୱାସ୍ଥ୍ୟ ଉପରେ ପକାଇଥାଏ ଖରାପ ପ୍ରଭାବ:

୧-ନକରାତ୍ମକ ମାନସିକତା: ଅନେକ ସମୟରେ ମନରେ ନକରାତ୍ମକ ଚିନ୍ତା ଆସିଥାଏ । ଯାହାକି ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଚିନ୍ତା ଏବଂ ଉଦାସିନତା ବୃଦ୍ଧି ପାଇଥାଏ । ଏଥିସହିତଏହି ନକରାତ୍ମକ ଭାବନା ଆପଣ ମନୋବଳକୁ ଦୁର୍ବଳ କରିଦିଏ । ଯାହାଫଳରେ ଆପଣ ଅନେକ କାର୍ଯ୍ୟରେ ପଛଘୁଞ୍ଚା ଦେଇଥାନ୍ତି ଏବଂ ଭବିଷୟରେ ଦେଖିଥିବା ଲକ୍ଷ ପୁରଣ କରିବାରେ ଅସମର୍ଥ ହୁଅନ୍ତି । ତେଣୁ ମନକୁ ଯଦି ବାରମ୍ବାର ନକରାତ୍ମକ ଭାବନା ଆସୁଛି ତେବେ ଏହାଠାରୁ ନିଜକୁ ଦୂରେଇ ରଖନ୍ତୁ ।

୨-ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ମାନସିକ ସ୍ୱାସ୍ଥ୍ୟ ଉପରେ ବହୁମାତ୍ରାରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ସେମାନଙ୍କ ମନରେ ଇର୍ଷା, କ୍ରୋଧ, ଚିନ୍ତା ଆଦି ବୃଦ୍ଧି ପାଇଥାଏ । ଯେଉଁକାରଣରୁ ସେମାନେ ସମସ୍ତଙ୍କ ଠାରୁ ଦୂରେଇ ରୁହନ୍ତି ଏବଂ ଜୀବନରେ ନିଜ ଲକ୍ଷ ପୁରଣ କରିପାରନ୍ତି ନାହିଁ । ଯାହାକି ପରିବର୍ତ୍ତି ସମୟରେସ ସେମାନଙଅକ ଜୀବନରେ ଏକ ବଡ ସମସ୍ୟା ହୋଇ ଛିଡା ହୁଏ । ତେବେ ଯେଉଁମାନେ ଅଧିକ ମାତ୍ରାରେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ସେମାନେ ଏହାଠାରୁ କିଛି ମାତ୍ରାରେ ନିବୃତ୍ତ ରହିବା ଆବଶ୍ୟକ ।

୩-ଘରେ ଅଧିକ ସମୟ ରହିବା: ଆମ ସମାଜରେ ଏପରି ଏନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଘରେ ହିଁ ରହିଥାନ୍ତି । କୌଣସି କାମ ନଥାଇ ମଧ୍ୟ ଚୁପଚାପ୍ ଏକ ଘରେ ବସି ରହିଥାନ୍ତି । ତେବେ ସ୍ୱାସ୍ଥୟ ବିଶଷେଜ୍ଞମାନଙ୍କ ମତରେ ଏପରି ଆଭ୍ୟାସ ମାନସିକ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରବାବ ପକାଇଥାଏ । ଫଳରେ ଆପଣ ଉଦାସୀନତାର ଶିକାର ହୋଇଥାନ୍ତି । ଏଥିସହିତ ଘରେ ଅଧିକ ସମୟ ରହିବା ଦ୍ୱାରା ଆମ ଶରୀରକୁ ଭିଟାମିନ ଡି ମଧ୍ୟ ମିଳିପାରି ନଥାଏ । ଯାହାକି ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ତେଣୁ ଅଧିକ ସମୟ ଘରେ ରହିବା ଉଚିତ୍ ନୁହେଁ ।

୪-ପ୍ରର୍ଯ୍ୟାପ୍ତ ନିଦ ନହେବା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣ ପ୍ରର୍ଯ୍ୟାପ୍ତ ପରିମାଣରେ ନ ଶୁଅନ୍ତି ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଶାରିରୀକ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରବାବ ପକାଇବ । ଫଳରେ ଆପଣଙ୍କ ଠାରେ ଚିଡିଚିଡାପଣ, ମନୋବଳ ଦୁର୍ବଳ ଏବଂ ଉଦାସିନତା ପରି ସମସ୍ୟା ଦେଖା ଦେବ ଯାହାକି ।ପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ଅଧିକ ପ୍ରଭାବିତ କରିବ ଋା ତେଣୁ ପ୍ରତ୍ୟେକ ଦିନ ପ୍ରର୍ଯ୍ୟାପ୍ତ ପରିମାଣର ନିଦ ଆବଶ୍ୟକ ।

Get real time updates directly on you device, subscribe now.