fbpx
BSKY
BJD MC SKY
BJD YOUTH SKY

ରେଲୱେରେ ଦଶମ ପାସ୍ କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ୧୭୮୫ ପଦବୀ ପାଇଁ ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଲୱେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବପିଢ଼ୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ  । ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ଦକ୍ଷିଣ ପଶ୍ଚିମ ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟରେ ୩ ଜାନୁୟାରୀ ୨୦୨୩ ରୁ ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରିପାରିବେ । ଆବେଦନ ପାଇଁ ଶେଷ ତାରିଖ ୨ ଫେବୃଆରୀ ୨୦୨୩  ରଖାଯାଇଛି ।

 

କେତେ ପୋଷ୍ଟ ?

ରେଳବାଇ ନିଯୁକ୍ତି ସେଲ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରକ୍ରିୟା ମାଧ୍ୟମରେ ଫିଟର, ୱେଲ୍ଡର, ଇଲେକ୍ଟ୍ରିକାଲ୍, କାର୍ପେଟର, ଡିଜେଲ୍ ମେକାନିକ୍, ମେସିନ୍ ଏବଂ ପେଣ୍ଟର୍ ସହିତ ୧୭୮୫ ଟି ଖାଲି ପଦବୀରେ ନିଯୁକ୍ତ ହେବ । ଏହି ପଦବୀରେ ନିଯୁକ୍ତି ପାଇଁ ଚୟନ ଦଶମରୁ ମିଳିଥିବା ମାର୍କ ଆଧାରରେ କରାଯିବ  । ମନୋନୀତ ପ୍ରାର୍ଥୀମାନେ ମଧ୍ୟ ନିୟମ ଅନୁଯାୟୀ ଷ୍ଟାଇପେଣ୍ଡ ପାଇବେ  ।

 

ଯୋଗ୍ୟତା କ’ଣ ହେବା ଉଚିତ୍ ?

ଶିକ୍ଷାର୍ଥୀ ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ସ୍ଥିର କରାଯାଇଛି । ତେବେ ସରକାରୀ ନିୟମ ଅନୁଯାୟୀ, ଅନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ୩ ବର୍ଷ ଓ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କୁ ୫ ବର୍ଷ ଛାଡ଼୍ ଦିଆଯିବ । ଏହା ବ୍ୟତୀତ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ  । ଏହା ସହିତ ଆଇଟିଆଇ ସାର୍ଟିଫିକେଟ୍ ମଧ୍ୟ ବାଧ୍ୟତାମୂଳକ  ।

 

ଆବେଦନ ଶୁଳ୍କ :-

ଯୋଗ୍ୟ ପ୍ରାର୍ଥୀମାନେ ୩ ଜାନୁଆରୀରୁ ୨ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ rrcser.co.inରେ ଦକ୍ଷିଣ ପଶ୍ଚିମ ରେଳବାଇରେ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ୧୦୦ ଟଙ୍କା ମୂଲ୍ୟର ଏକ ଆବେଦନ ଶୁଳ୍କ ମଧ୍ୟ ଜମା କରିବାକୁ ପଡିବ  । କିନ୍ତୁ ଧାର୍ଯ୍ୟ ସମୟ ପରେ ଆବେଦନ ଗ୍ରହଣ କରାଯିବ ନାହିଁ  ।

 

କିପରି କରିବେ ଆବେଦନ ?

ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଥରେ ବିଜ୍ଞପ୍ତି  ପଢ଼ିବାକୁ ପରାମର୍ଶ ଦିଆଯାଇଛି । ଅଫିସିଆଲ୍ ୱେବସାଇଟ୍ rrcser.co.inରେ ରେଳ ଆପ୍ରେଣ୍ଟିସ୍ ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.