fbpx

୨ ଅକ୍ଟୋବରରୁ ଗତି ପରିବର୍ତ୍ତନ କରିବେ ବୁଧ: ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ସେମାନଙ୍କ ଗତିପଥ ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ସମସ୍ତ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ତେବେ ଅକ୍ଟୋବର ମାସରେ ଅନେକ ଗ୍ରହ ସେମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରୁଥିବା ବେଳେ ବୁଧ ଗ୍ରହ ମଧ୍ୟ ଅକ୍ଟୋବର୨ତାରିଖରେ ତାଙ୍କ ଗତିପଥ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଗ୍ରହମାନଙ୍କ ଗତିପଥ ଏବଂ ରାଶି ପରିବର୍ତ୍ତନ କିଛି ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇଥିବା ବେଳେ କିଛି ଲୋକଙ୍କ ଉପରେ ଏହାର କୁ ପ୍ରଭାବ ପଡିଥାଏ । ତେବେ ବୁଧଙ୍କ ଏହି ପରିବର୍ତ୍ତନ ହେତୁ ମୋଟ ୧୨ ରାଶି ଉପରେ ପ୍ରଭାବ ପଡିବ । କିନ୍ତୁ ସେଥିମଧ୍ୟରୁ ୩ ରାଶି ଉପରେ ବିଶେଷ ପ୍ରଭାବ ପଡିବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୩ ରାଶି ବିଷୟରେ…

ଧନୁ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହଙ୍କ ଗତି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ଦେବ । ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ ଚାକିରୀର ସୁଯୋଗ ମିଳିବା ସହ ପ୍ରମୋଶନ ମଧ୍ୟ ହେବାର ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ ।

କର୍କଟ: ବୁଧଙ୍କ ମାର୍ଗ ପରିବର୍ତ୍ତନ କର୍କଟ ରାଶି ପାଇଁ ଭଲ ଖବର ଆଣିଦେବ । ଘରେ ମାଙ୍ଗଳିକ କିମ୍ବା ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଏଥିସହିତ ବୈବାହିକ ଜୀବନ ସୁଖମୟ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ବିଭିନ୍ନ ଦିଗରୁ ଧନ ପ୍ରାପ୍ତି ହେବାର ଯୋଗ ରହିଛି ।

ସିହଂ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହଙ୍କ ଗତିପଥ ପରିବର୍ତ୍ତନ ସିହଂ ରାଶିର ବ୍ୟକ୍ତିମନାଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ତେବେ ଏହି ଗ୍ରହ ପହରିବର୍ତ୍ତନ ହେତୁ ବହୁ ଦିନ ଧରି ଲାଗି ରହିଥାବା ସମସ୍ୟା ଦୂର ହେବା ସହ କୋଟ କଚେରୀ କାମରୁ ମଧ୍ୟ ମୁକ୍ତି ମିଳିବ । ଏତତ୍ ବ୍ୟତୀତ ଆପଣ ପାର୍ଟନରସିପ୍ ରେ କୌଣସି ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ନିଷ୍ପତି ନେଇ ପାରନ୍ତି ।

Get real time updates directly on you device, subscribe now.