fbpx

ଜୁଲାଇ ୬ ରେ ଟ୍ୱିଟର ବିକଳ୍ପ ‘ଥ୍ରେଡସ୍‌’ ଲଞ୍ଚ କରିବ ମେଟା

Advertisement

ନୁଆଦିଲ୍ଲୀ: ଫେସ୍‌ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ଟୁଇଟ୍‌ର ଭଳି ଏକ ଆପ୍ ଜୁଲାଇ ୬ ତାରିଖରେ ଲଞ୍ଚ କରିବାକୁ ଯାଉଛି । ମେଟା ଏହା ଉପରେ ଅନେକ ଦିନ ଧରି କାମ କରୁଥିଲା । ଏହି କାମ ବର୍ତ୍ତନା ଶେଷ ହୋଇସାରିଛି । ଏବେ ଇଣ୍ଟରନେଟ୍‌ରେ ଏହି ଆପ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ମେଟା ଜାନୁଆରୀରୁ “ପ୍ରୋଜେକ୍ଟ ୯୨” ଅଧୀନରେ ଟ୍ୱିଟରର ପ୍ରତିଯୋଗୀ ଆପ୍ ‘ଥ୍ରେଡସ୍‌’ ଲଞ୍ଚ କରିବା ଉପରେ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହି ଆପର ନାମ ପ୍ରକାଶ ପାଇଛି ଏବଂ କମ୍ପାନୀ ଏହାକୁ ଥ୍ରେଡ୍ସ ନାମରେ ଲଞ୍ଚ କରିପାରିବ । ଏହି ଆପ୍ ଟ୍ୱିଟର ପରି ଠିକ୍ କାମ କରେ ।

‘ଥ୍ରେଡସ୍‌’ , ଇନଷ୍ଟାଗ୍ରାମର ଭିତ୍ତିକ ବାର୍ତ୍ତାଳାପ ଆପ୍ ଅଟେ । ଏଥିରେ ଆପଣ ଆପଣଙ୍କର ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଆପଣଙ୍କୁ ଏକ ଅପସନ୍ ଦେବ, ଏଠାରେ ଆପଣଙ୍କୁ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଅଛନ୍ତି ।

ଟୁଇଟ୍ ଡେକ୍ ବ୍ୟବହାର କରିବା ପାଇଁ ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ଆପ୍ ଉନ୍ମୋଚନ ଖବର ଆସିଛି । ଡାଟା ସ୍କ୍ରାପିଂକୁ ସମାଧାନ କରିବା ପାଇଁ ଏଲନ ମସ୍କଙ୍କର ଏହି ଘୋଷଣା ପରେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.