fbpx

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ କଲା ପାଣିପାଗ ବିଭାଗ, ୪୫ ଡିଗ୍ରୀ ଛୁଇଁବ ପାରଦ : ୧୬ ଓ ୧୭ରେ ୧୩ ଜିଲ୍ଲା ପାଇଁ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ । ବଦଳିବ ପାଗ । ବଢିବ ତାତି, ଉପରମୁହାଁ ହେବ ପାରଦ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୧୫ ଡିଗ୍ରୀ ଯାଏ ବଢିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଆସନ୍ତା ୧୭ ତାରିଖରୁ ୨୦ ତାରିଖ ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ ସାଂଘାତିକ ସ୍ଥିତି । ଏଥିପାଇଁ ପିକ୍ ସମୟ ଘୋଷଣା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବହୁ ସ୍ଥାନରେ ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି । ଏଥିସହ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ ।

ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ପାଇଁ କଟକ, ନୟାଗଡ଼, ଅନୁଗୋଳ, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୫ ତାରିଖରେ କଟକ, ନୟାଗଡ଼, ଅନୁଗୋଳ, ବୌଦ୍ଧ, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗବିଭାଗ ।

୧୬ ଓ ୧୭ରେ ୧୩ ଜିଲ୍ଲାରେ ହିଟ୍ୱେଭ୍ ସ୍ଥିତି ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ସୂଚନା ମଧ୍ୟ ଦିଆଯାଇଛି । ଏବେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରାରେ ବୃଦ୍ଧି ଘଟୁଛି । ଆଗକୁ ଅସହ୍ୟ ତାତି ଓ ଗୁଳୁଗୁଳି ଶରୀର ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ସେପଟେ ଏପ୍ରିଲ ମାସରେ ୭୨ ବର୍ଷରେ ସବୁଠୁ ଥଣ୍ଡାଦିନ ଗୁରୁବାର ଅନୁଭୂତ ହୋଇଥିଲା । ଅନ୍ୟପକ୍ଷରେ ଗରମ ସମୟରେ ଦିନ ତାପମାତ୍ରା ସହ ରାତିର ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ତେବେ ଗ୍ରୀଷ୍ମପ୍ରବାହ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଜୀବନ ପ୍ରତି ବିପଦ ମଧ୍ୟ ଲାଗ ରହିବ ବୋଲି ବିଭାଗ ସୂଚନା ଦେଇଛି । ବିଶେଷ କରିଅଂଶୁଘାତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟଧିକ ଗ୍ରୀଷ୍ମପ୍ରବାହ କାରଣରୁ ମଣିଷକୁ ହାର୍ଟଆଟାକ୍ ହେବାର ସମ୍ଭାବନା ରହିଛି । ଖରାଦିନରେ ଅଧିକାଂଶ ଲୋକ କ୍ଲାନ୍ତି ଅନୁଭବ କରିବା ସହ ଶରୀରର ତାପମାତ୍ରା ସ୍ୱାଭାବିକ ରୁହେନାହିଁ ବୋଲି ବିଭାଗ କହିଛି । ଏଣୁ ଏପରି କିଛି ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି । ଶରୀରରେ ଜଳର ପରିମାଣ କମିବା କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । ଖରା ସମୟରେ ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ବାହାରକୁଯିବାପାଇଁ ବିଭାଗ ପକ୍ଷରୁ ବାରଣ କରାଯାଇଛି ।

Get real time updates directly on you device, subscribe now.