fbpx

ଯେତେବେଳେ ମୂଷା ଚୋରି କରେ ଟଙ୍କା…

ସାମଲି: ମୂଷା, ହୁଏତ ସମସ୍ତଙ୍କ ଘରେ ମୂଷା ଉତ୍ପାତ ଦେଖିବାକୁ ମିଳିଥାଏ । ଘରେ ମୂଷା କୌଣସି ଖାଦ୍ୟ ହେଉ କିମ୍ବା ବହିଖାତା ଏଗୁଡ଼ିକୁ ଖାଇ ନଷ୍ଟ କରିପକାନ୍ତି । ବେଳେବେଳେ ତ’ କୌଣସି ଜରୁରୀ କାଗଜପତ୍ର ବି ନଷ୍ଟ କରିପକାନ୍ତି । ଯାହାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥଏ । ଏହି ମୂଷାଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇବା ଅନେକ ଉପାୟ ମଧ୍ୟ କରିଥାନ୍ତି । କିନ୍ତୁ କ’ଣ କେବେ ମୂଷା ଟଙ୍କା ଚୋରି କରିବା କଥା ଶୁଣିଛନ୍ତି କି? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସାମଲିରେ ଯେଉଁଠାରେ ଗୋଟିଏ ମୂଷା ଏକ ଦୋକନାରୁ ପ୍ରାୟ ୧୧ ହଜାର ଟଙ୍କା ଚୋରି କରିନେଇଥିଲା ।

ସୂଚନା ଅନୂଯାୟୀ, ସାମଲିର ଏକ ମଦ ଦୋକାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୋକନ ମାଲିକ ଦୀପକ କହିଛନ୍ତି ଯେ ତାଙ୍କ ଦୋକନରୁ ପ୍ରତିଦିନ ଟଙ୍କା ଚୋରି ହେଉଥିଲା । ସେ ସିସିଟିଭି କ୍ୟାମେରା ମଧ୍ୟ ଚେକ୍ କରୁଥିଲେ କିନ୍ତୁ ଟଙ୍କା କିଏ ନେଉଛି ଜାଣି ଜାଣି ପାରୁନଥିଲେ ଏବଂ ଦୋକାନ କର୍ମଚାରୀ ଏମିତି କରିଛନ୍ତି ଭାବି ବାରମ୍ବାର ସେମାନଙ୍କୁ କାମରୁ କାଢ଼ିଦେଉଥିଲେ, ତଥାପି ଚୋରି ବନ୍ଦ ହେଉନଥିଲା ।

ଆଉ ମଙ୍ଗଳବାର ସେ ଦେଖିବାକୁ ପାଇଥିଲେ ଯେ ତାଙ୍କ ଫ୍ଲୋରର ଏକ କୋଣର ଟାଇଲ ନିକଟରେ ଏକ କପଡ଼ା ଲାଗି ରହିଥିଲା । ଆଉ ସେ ସେହି କପଡ଼ାକୁ କାଢ଼ିବା ପରେ ତାଙ୍କୁ ମିଳିଯାଇଥିଲା ଚୋର । ଏହି ଟାଇଲ ପଛରେ ଥିଲା ଏକ ବିରାଟ ବଡ଼ ମୂଷା ଗାତ, ଆଉ ତା’ରି ଭିତରେ ଥିଲା ୧୧,୪୦୦ ଟଙ୍କା । ତେବେ ସେଥିମଧ୍ୟରୁ କିଛି ନୋଟ୍ ଖରାପ ହୋଇଯାଇଥିଲା । କିନ୍ତୁ ଅନ୍ୟ ନୋଟ୍ ଗୁଡ଼ିକ ସୁରକ୍ଷିତ ରହିଥିଲା ।

ସେ କହିଛନ୍ତି ମୂଷା ଏତେ ଚାଲାକ ଥିଲା ଯେ ଟଙ୍କା ରଖାଯାଉଥିବା ଡ୍ର ର ପଛପଟୁ ଏପରି ଭାବରେ କଣା କରିଥିଲା ଯେପରି ବିଲକୁଲ ଜଣାପଡ଼ିବ ନାହିଁ । ଆଉ ସବୁଦିନ ରାତିରେ ସେ ଏହିଭଳି ପଛପଟୁ ଟଙ୍କା ନେଇଯାଉଥିଲା ଯେପରି କ୍ୟାମେରା କିମ୍ବା କୌଣସି କର୍ମଚାରୀଙ୍କ ଦେଖିପାରିବେ ନାହିଁ । ଦୀପକ କହିଛନ୍ତି ଯେ ଦୋକନରେ ମୂଷା ମଦ ଖାଉଥିବାର ଜାଣିଥିଲି କାରଣ ଅନେକ ସମୟରେ ପ୍ଲାଷ୍ଟିକ୍ ବୋତଲଗୁଡ଼ିକ ଚୋବାଇଥିବାର ଦେଖେ । କିନ୍ତୁ କେବେ ଭାବିନଥିଲି ଯେ ମୂଷା ଟଙ୍କା ମଧ୍ୟ ଚୋରି କରୁଥିବ ।

Get real time updates directly on you device, subscribe now.