fbpx
BJD
BJD SKY
BJD SKY

୧୨ ଥର ସର୍ଜରୀ କରିଥିଲେ ମାଇକେଲ୍ ଜ୍ୟାକସନ୍ : ପଢନ୍ତୁ କାହିଁକି

BJD

ପପ୍ ଡାନ୍ସ୍ ର କିଙ୍ଗ୍ କୁହାଯାଉଥିବା ମାଇକେଲ ଜ୍ୟାକସନ୍ ଙ୍କ ୧୨ତମ ମୃତ୍ୟୁବାର୍ଷିକୀ ଅବସରରେ ତାଙ୍କ ଜୀବନ ସହିତ ଜଡିତ କିଛି ଉଲ୍ଲେଖନୀୟ ଘଟଣାବଳୀ ଉପରେ ଆସନ୍ତୁ ନଜର ପକାଇବା । ୨୯ ଅଗଷ୍ଟ ୧୯୫୮ରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ ପପ୍ ଷ୍ଟାର ଜଣକ ୨୦୦୯ ଜୁନ୍ ୨୫ରେ ମୃତ୍ୟୁବରଣ କରିଥିଲେ । ମାତ୍ରାଧିକ ନିଦ୍ରା ଔଷଧ ସେବନର ବ୍ୟବହାରରୁ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ସେ ଡ୍ରଗ୍ସ ମଧ୍ୟ ନେଉଥିଲେ । ଏହା ସହ ତାଙ୍କ ଉପରେ ଶିଶୁ ନିର୍ଯାତନା ମାମଲା ମଧ୍ୟ ଚାଲିଥିଲା ।

ପଢ଼ନ୍ତୁ ମାଇକେଲ ଜ୍ୟାକସନ୍ ଙ୍କ ଜୀବନ ସହିତ ଜଡ଼ିତ କିଛି ରୋଚକ କଥା:

୧୯୬୪ରେ ସେ ତାଙ୍କ ପରିବାରିକ ପପ୍ ଗ୍ରୁପରେ ଯୋଗ ଦେଇଥିଲେ । ଏହି ଗ୍ରୁପର ନାଁ ଥିଲା ଜ୍ୟାକସନ ଫାଇଭ କିନ୍ତୁ ଯେତେବେଳେ ମାଇକେଲ ଜ୍ୟାକସନ୍ ଙ୍କ ପାଳି ଆସିଥିଲା ସେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ । କମ ଲୋକହିଁ ଜାଣିଛନ୍ତି ଯେ ସେ ଶିବସେନାର କହିବା ଯୋଗୁଁ ହିଁ ମୁମ୍ବାଇକୁ ଆସିଥିଲେ  । ସେତେବେଳେ ଏୟାରପୋର୍ଟରେ ତାଙ୍କୁ ସୋନାଲି ବେନ୍ଦ୍ରେ ସ୍ୱାଗତ କରିଥିଲେ । ଏହି ସମୟରେ ବଲିଉଡ ନୁହେଁ ସାଉଥ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଅନେକ ସେଲିବ୍ରିଟି ତାଙ୍କ ସହ ଦେଖା କରିବାକୁ ଆସିଥିଲେ ।

ମାଇକେଲ ଜ୍ୟାକସନ୍ ସର୍ବଦା ବିବାଦରେ ରହିଆସିଛନ୍ତି । ତାଙ୍କ ଉପରେ ଅନେକ ଥର ଯୌନ ନିର୍ଯାତନାର ଅଭିଯୋଗ ମଧ୍ୟ ଆସିଛି । ସେ ତାଙ୍କ ନିଜ ପିଲାକୁ ବାଲକୋନୀରୁ ବାହରକୁ ଝୁଲାଇ ଦେଇଥିବା ନେଇ ଚର୍ଚ୍ଚାରେ ରହିଥିଲେ । ଯୌନ ଶୋଷଣ ମାମଲାରେ ସେ ଦୁଇ ଦିନ ପାଇଁ ଜେଲ୍ ମଧ୍ୟ ଯାଇଥିଲେ । ଅଳ୍ପ ଲୋକ ଜାଣିଛନ୍ତି ଯେ ମାଇକେଲ ଜ୍ୟାକସନ୍ ଅକ୍ସିଜେନ ଚାମ୍ବରରେ ଶୋଉଥିଲେ । କୁହାଯାଏ ଅକ୍ସିଜେନ ଚାମ୍ବରରେ ଶୋଇବା ଦ୍ୱାରା ଶରୀର ଭଲ ରହିଥାଏ ଏବଂ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥାଏ ।

ତେବେ ତାଙ୍କର ମୃତ୍ୟୁ ତାଙ୍କର ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଜ୍ୟାକସନ୍ ତାଙ୍କ କ୍ୟାରିଅରର ପ୍ରାରମ୍ଭିକ କିଛି ବର୍ଷ ଧରି ଅନେକ କସମେଟିକ ସର୍ଜରୀ କରାଇଥିଲେ । ଏହା ଛଡ଼ା ସେ ଅନେକ ସ୍ଥାୟୀ ଟାଟୁ ମଧ୍ୟ ବନାଇଥିଲେ । ଯେଉଁଥିରେ ତାଙ୍କ ଓଠ ତଳେ ଏକ ପିଙ୍କ ଲାଇନର ରହିଥିଲା । ତାଙ୍କର ହାତ, ବେକ ଆଦି ସ୍ଥାନରେ ସେ କରିଥିବା ଏହିଭଳି କିଛି ସର୍ଜରୀର ଦାଗ ରହିଥିଲା । ନିଜ କ୍ୟାରିୟରରେ ସମୁଦାୟ ୧୨ ଥର ସର୍ଜରୀ କରାଇଥିଲେ ଜ୍ୟାକସନ୍ । ସର୍ଜରୀ ସମୟରେ ଦିଆଯାଉଥିବା ଆନାସ୍ଥେସିଆ ଓଭରଡୋଜ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ୟକ୍ତିଗତ ଡାକ୍ତର କନରଡ ମରେଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇଥିଲା ।

Get real time updates directly on you device, subscribe now.