fbpx

୨୦ ସେକେଣ୍ଡ ପାଇଁ ଟୋକିଓ ଟିକେଟ ହରାଇଲେ ଫାରା

ଲଣ୍ଡନ (ଓଡ଼ିଶା ଭାସ୍କର): ୪ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦୂରଗାମୀ ଧାବକ ମୋ ଫାରା ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଶୁକ୍ରବାର ମାଞ୍ଚେଷ୍ଟରରେ ଅନୁଷ୍ଠିତ ୧୦ ହଜାର ମିଟର ଦୌଡ଼ରେ ଫାରା ମାତ୍ର ୨୦ ସେକେଣ୍ଡ ପାଇଁ ଟୋକିଓ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସକୁ ନିଜ କ୍ୟାରିୟରର ଶେଷ ଇଭେଣ୍ଟ ଭାବରେ ଘୋଷଣା କରିଥିବା ଫାରା ବ୍ରିଟିଶ ଚାମ୍ପିଅନଶିପର ୧୦ ହଜାର ମିଟର ଦୌଡରେ ୨୭ ମିନିଟ୍ ୪୭ ସେକେଣ୍ଡ ସମୟ ନେଇଥିଲେ । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ସମୟଠାରୁ ମାତ୍ର ୨୦ ସେକେଣ୍ଡ ପଛରେ ରହି ନିରାଶ ହୋଇଥିଲେ ଫାରା ।

ପୂର୍ବରୁ ଉଭୟ ୫ ହଜାର ଏବଂ ୧୦ ହଜାର ମିଟର ଦୌଡରେ ଅଂଶ ଗ୍ରହଣ କରୁଥିବା ଫାରା ଲଣ୍ଡନ ଅଲିମ୍ପିକ୍ସରେ ପଦାର୍ପଣ କରିବା ସହିତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାର ୪ ବର୍ଷ ପରେ ରିଓ ଅଲିମ୍ପିକ୍ସରେ ମଧ୍ୟ ସମାନ ସଫଳତା ଦୋହରାଇଥିଲେ ଫାରା । ୨୦୧୬ ପରେ ଫାରା ମାରାଥନ ଦୌଡ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ତେବେ ମାରାଥନରେ ବିଶେଷ ସଫଳତା ନମିଳିବା ପରେ ପୁନର୍ବାର ୫ ଓ ୧୦ ହଜାର ମିଟର ଦୌଡକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ୪ ଅଲିମ୍ପିକ୍ସ ପଦକ ବିଜେତା ଫାରା ୬ଟି ବିଶ୍ୱ ଚାମ୍ପିଅନଶିପ୍ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.