fbpx

୨୦୪୬-୪୭ ସୁଦ୍ଧା ଦେଶରେ ଦ୍ୱିଗୁଣିତ ହେବ ମିଡିଲ୍ କ୍ଲାସଙ୍କ ଆକାର: ରିପୋର୍ଟରେ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଆକାର ୨୦୪୬-୪୭ ସୁଦ୍ଧା ଦ୍ୱିଗୁଣିତ ହୋଇପାରେ । ଏକ ରିପୋର୍ଟ ଅନୁଯାୟୀ, ଯଦି ଦେଶର ଆର୍ଥିକ ଅଭିବୃଦ୍ଧି ଦର ଆଗାମୀ ଅଢ଼େଇ ଦଶନ୍ଧି ମଧ୍ୟରେ ୬ ରୁ ୭ ପ୍ରତିଶତ ମଧ୍ୟରେ ରହେ, ତେବେ ମଧ୍ୟବିତ୍ତ ଶ୍ରେଣୀର ଆକାର ୨୦୨୦-୨୧ ର ୩୧ ପ୍ରତିଶତରୁ ୨୦୪୬-୪୭ ରେ ୬୧ ପ୍ରତିଶତକୁ ବୃଦ୍ଧି ପାଇବ । ଦେଶର ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ସହିତ ଭାରତ ବିଶ୍ୱର ସବୁଠୁ ବଡ ବଜାରରେ ପରିଣତ ହେବ ।

People Research on India’s Consumer Economy (PRICE) ଏବଂ India’s Citizen Environment ଦ୍ୱାରା ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି । ‘ଦି ରାଇଜ୍ ଅଫ୍ ଇଣ୍ଡିଆ ମିଡିଲ୍ କ୍ଲାସ୍’ ଶୀର୍ଷକ ରିପୋର୍ଟ ନାମରୁ ପ୍ରକାଶିତ ରିପୋର୍ଟ ପ୍ରାଇସ୍ ଦ୍ୱାରା ସଂଗୃହିତ ତଥ୍ୟ ଉପରେ ଆଧାରିତ । ଆଇସିସିର ୩୬୦ ମାଧ୍ୟମରେ ସମଗ୍ର ଦେଶକୁ ସର୍ଭେ କରି ପ୍ରାଇସ୍ ଏହି ଆକଳନ ସଂଗ୍ରହ କରିଛି । ଏହି ନୂତନ ରିପୋର୍ଟ ଦେଶର ୨୫ ଟି ରାଜ୍ୟରେ ୪୦,୦୦୦ ପରିବାରର ମତାମତ ଉପରେ ଆଧାରିତ ।

୨୦୪୭ ସୁଦ୍ଧା ମଧ୍ୟବିତ୍ତର ଆକାର ୧.୦୨ ବିଲିୟନକୁ ବୃଦ୍ଧି ପାଇବ :-

ମଧ୍ୟବିତ୍ତ ଶ୍ରେଣୀ ୨୦୨୦-୨୧ ରେ ୪୩୨ ନିୟୁତ ଲୋକଙ୍କଠାରୁ ବୃଦ୍ଧି ପାଇ ୨୦୩୦-୩୧ ରେ ୭୧୫ ମିଲିୟନ (୪୭ ପ୍ରତିଶତ) ରେ ପହଞ୍ଚିବ ଏବଂ ୨୦୪୭ ସୁଦ୍ଧା ଭାରତର ଆନୁମାନିକ ସମୁଦାୟ ଜନସଂଖ୍ୟା ୧.୬୬ ବିଲିୟନରେ ମଧ୍ୟବିତ୍ତଙ୍କ ଆକାର ବୃଦ୍ଧି ପାଇ୧.୦୨ ବିଲିୟନରେ ପହଞ୍ଚିଯିବ । ଯେହେତୁ ମଧ୍ୟବିତ୍ତ ଶ୍ରେଣୀରେ କିଏ ଆସେ ତାହାର କୌଣସି ସାର୍ବଭୌମିକ ପରିଭାଷା ନାହିଁ । ଏହାକୁ ଧ୍ୟାନରେ ରଖି ପ୍ରାଇସ ୨୦୨୦-୨୧ ମୂଲ୍ୟ ଉପରେ ଆଧାର କରି ବାର୍ଷିକ ୧.୦୯ ଲକ୍ଷରୁ ୬.୪୬ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରେ ବ୍ୟାଖ୍ୟା କରିଛି । ପାରିବାରିକ ଆୟ ଆଧାରରେ ଏହି ସଂଖ୍ୟା ବାର୍ଷିକ ଆୟ ୫ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବିଚାର କରାଯାଇଛି ।

ରିପୋର୍ଟ ଅନୁଯାୟୀ, ମୋଟ କ୍ରୟ ଶକ୍ତି ବୃଦ୍ଧି ସହିତ ଭାରତ ବିଶ୍ୱର ବୃହତ୍ତମ ବଜାରରେ ପରିଣତ ହେବ । ରିପୋର୍ଟରେ କୁହାଯାଇଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଦେଶର ଜନସଂଖ୍ୟାର ଗଠନ ବଦଳିଯିବ । ଦେଶର ଜନସଂଖ୍ୟାର ନୂଆ ଗଠନ ଏପରି ହେବ ଯେ ନିମ୍ନ ଆୟ ବର୍ଗ ମଧ୍ୟବିତ୍ତର ଅଂଶ ହୋଇଯିବେ । ଏହିପରି, ଏକ ଢ଼ାଞ୍ଚା ଉତ୍ପନ୍ନ ହେବ ଯେଉଁଥିରେ ଦୁର୍ବଳ ଆୟ ବର୍ଗର ଲୋକମାନେ ତଳ ଭାଗରେ ରହିବେ ଏବଂ ମଧ୍ୟଭାଗରେ ମଧ୍ୟବିତ୍ତଙ୍କ ଏକ ବିରାଟ ଆକାର ରହିବ । ଶୀର୍ଷରେ ଧନୀ ଲୋକମାନଙ୍କର ଏକ ବଡ଼ ସମୂହ ରହିବ ।

Get real time updates directly on you device, subscribe now.