fbpx

ଉତ୍ତର-ପୂର୍ବାଞ୍ଚଳରୁ ହଟିବ ସୁରକ୍ଷା ବଳ

ଜାମ୍ମୁକାଶ୍ମୀର, ୨୫ା୧୨: ଜାମ୍ମୁକାଶ୍ମୀର ପରେ ଉତ୍ତର ପୂର୍ବାଞ୍ଚଳରୁ ସୁରକ୍ଷା ବଳ ହଟିବ ବୋଲି ସୂଚନା ମିଳିଛି । ଉତ୍ତର-ପୂର୍ବାଞ୍ଚଳରୁ ୧୮କମ୍ପାନି ଅର୍ଦ୍ଧସାମରିକ ବଳ ପ୍ରତ୍ୟାହାର ହେବ । ନାଗରିକତା ସଂଶୋଧନ ଆଇନ ଓ ଏନଆରସି ବିରୋଧୀ ହିଂସାକୁ ଦୃଷ୍ଟିରେ ରଖି ପଠାଯାଇଥିଲା ସୁରକ୍ଷା ବଳ । ପୂର୍ବରୁ ଜାମ୍ମୁ ଓ କାଶ୍ମୀରରୁ ୭୨ କମ୍ପାନି ଅର୍ଦ୍ଧସାମରିକ ବଳ ହଟାଯାଇଥିଲା ।

ନାଗରିକତା ସଂଶୋଧନ ବିଲ ଉଭୟ ଗୃହରେ ପାସ୍ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଲ୍ ଉପରେ ମୋହର ମାରିବା ପରେ ଏହା ଆଇନରେ ପରିଣତ ହୋଇଥିଲା । ଏହାକୁ ନେଇ ଦେଶର କେତେକ ସ୍ଥାନରେ ବିକ୍ଷୋଭ ସହ ହିଂସାକାଣ୍ଡ ମଧ୍ୟ ଦେଖାଦେଇଥିଲା ।

Get real time updates directly on you device, subscribe now.