fbpx

କ୍ଷୀର ପ୍ୟାକେଟରୁ ଉତ୍ପାଦନ ହେବ ଚାରାଗଛ; ଜାଣନ୍ତୁ କେମିତି

ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପିଲାମାନେ ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ବଳକା ସମୟରେ କୁନି କୁନି ପିଲାମାନେ ନିଜର ଅନ୍ତର୍ନିହିତ ପ୍ରତିଭା ଦେଖାଇବାକୁ ଏକ ସୁଯୋଗ ପାଉଛନ୍ତି। ଏହି କ୍ରମରେ ସବୁଜ ପରିବେଶ ଲାଗି ଚିନ୍ତା କରିଛନ୍ତି ରାଜସ୍ଥାନର ୧୭ବର୍ଷୀୟ ନିଶା ପାଠକ। ଏନେଇ ସେ ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଘରକୁ ପ୍ରସ୍ତୁତ କରି ଦେଉଛନ୍ତି ସବୁଜ ପ୍ୟାକେଟ୍। ବର୍ତ୍ତମାନ କ୍ଷୀର ପ୍ୟାକ୍ଟେରେ ସେ ଆଳୁ, ପିଆଜ ଏବଂ ଟମାଟର (ବିଲାତି ବାଇଗଣ) ଚାରା ବାଣ୍ଟୁଛନ୍ତି। । ଏହାକୁ ଘରୋଇ ମହିଳାମାନେ ସଦୁପଯୋଗ କରିପାରିବେ। ଆମେ ଦୈନନ୍ଦିନ ଖାଉଥ୍ଖବା କ୍ଷୀରର ପ୍ୟାକେଟ୍ ଏଣେତେଣେ ଫିଙ୍ଗିବା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ଏହାକୁ ରୋକିବା ଲାଗି ସେ ଏହି ପ୍ୟାକେଟକୁ ଫିଙ୍ଗିବା ପରିବର୍ତ୍ତେ ସେଥ୍ଖରୁ ଚାରା ଲଗାଇଥ୍ଖଲେ।

ଏନେଇ ସେ ନିଜର ପାଖ ପଡ଼ୋଶୀଙ୍କୁ ମଧ୍ୟ ସଚେତନ କରୁଛନ୍ତି। କ୍ଷୀର ପ୍ୟାକେଟ୍କୁ ଭଲଭାବେ ସଫା କରି ସେଥ୍ଖରେ ଖତମିଶା ମାଟିକୁ ଭର୍ତ୍ତି କରାଯାଏ। ଏହାକୁ କିଛିଦିନ ରଖ୍ଖ ଅଳ୍ପ ଅଳ୍ପ ପାଣି ଛିଞ୍ଚ୍ଖବା ଦ୍ବାରା ଏହି ପ୍ୟାକେଟରେ ମେଥ୍ଖ, ସୋରିଷ କିମ୍ବା ଅନ୍ୟାନ୍ୟ ଚାରା ବୀଜ ଲଗାଇପାରିବେ। ପ୍ରଥମେ କ୍ଷୀର ପ୍ୟାକେଟକୁ ଭଲଭାବେ ଧୋଇ ଶୁଖାଇ ରଖନ୍ତୁ। ଏଥ୍ଖପାଇଁ ରାତିସାରା ମେଥ୍ଖ କିମ୍ବା ସୋରିଷ ଆଦି ମଞ୍ଜିକୁ ପାଣିରେ ଭିଜାଇ ରଖନ୍ତୁ। ମାଟିମିଶା ପ୍ୟାକେଟରେ ଗାତ ଖୋଳି ପାଣି ଯିବା ଲାଗି ବ୍ୟବସ୍ଥା କରାଯାଏ। ଏହାପରେ ଭିଜାଯାଇଥ୍ଖବା ମଞ୍ଜିକୁ ମାଟିରେ ବୁଣି ଅଳ୍ପ ଜଳସେଚନ କରାଯାଇଥାଏ। ଏହି ପ୍ୟାକେଟ୍କୁ ସିଧାସଳଖ ସୂର୍ୟ୍ୟକିରଣ ପଡ଼ୁ ନ ଥ୍ଖବା ସ୍ଥାନରେ ରଖାଯାଇଥାଏ। ବାସ୍ ୭ଦିନ ମଧ୍ୟରେ ପ୍ରସ୍ତୁତି ହୋଇଯିବ ଛୋଟ ଛୋଟ ଚାରା।

Get real time updates directly on you device, subscribe now.