fbpx

ତାଲିବାନୀ ଅକ୍ତିଆରରେ ଆଫଗାନିସ୍ତାନ; ଘନିଙ୍କୁ ନେଇ ଘନେଇଲା ବିବାଦ

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣିଥରେ ତାଲିବାନୀ ଶକ୍ତି ଦେଖାଇଲେ। ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅକ୍ତିଆର କରିନେଲେ ତାଲିବାନୀ। କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଷ୍ଟ୍ରପତି ଆସ୍ରଫ ଘନିଙ୍କୁ ନେଇ ଘନେଇଛି ବିବାଦ। ଦେଶର ଚରମ ପରିସ୍ଥିତିରେ ସେ ଦେଶ ଛାଡ଼ି ପଳାୟନ କରିଥିବା ଚର୍ଚ୍ଚା ସାରା ବିଶ୍ୱକୁ ଦୋହଲାଇ ଦେଇଛି।

ଅନ୍ୟପକ୍ଷରେ ନିଜ ନାଗରିକ ଓ ଅଧିକାରୀଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ଉଦ୍ୟମ ଚଳାଇଛି। ୧୨୯ ଜଣ ଭାରତୀୟ ନାଗରିକଙ୍କୁ ନେଇ କାବୁଲ ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନରେ ଭାରତ ଫେରିଥିବା ସୂଚନା ମିଳିଛି। କାନ୍ଦାହାର ଓ ମଜାର-ଏ-ସରିଫ ଦୁଇଟି ବଡ଼ ସହରର ବାଣିଜ୍ୟ ଦୂତାବାସକୁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରି ସମସ୍ତ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଅଣାଯାଉଛି।

ସେପଟେ ଦେଶକୁ ଆତଙ୍କବାଦୀ ଅକ୍ତିଆର କରିନେବା ବେଳେ ରାଷ୍ଟ୍ରପତି ଆସ୍ରଫ ଘନି ଦେଶ ଛାଡ଼ି ଚାଲିଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ୟପକ୍ଷରେ କାବୁଲ ଭିତରେ ତାଲିବାନ ପ୍ରବେଶ କରୁଥିବାରୁ ଭୟଭୀତ ନହେବାକୁ ଆହ୍ୱାନ ଦେଇଛନ୍ତି ତାଲିବାନ ମୁଖପାତ୍ର।

 

Get real time updates directly on you device, subscribe now.