fbpx
BSKY SKY
BSKY SKY

ଖାଉଟିଆଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼, ରାଜ୍ୟରେ ପୁଣି ଥରେ ବଢ଼ିଲା କ୍ଷୀର ଦାମ୍

BSKY

ଭୁବନେଶ୍ୱର:ଗ୍ରାହକଙ୍କ ପାଇଁ ଏକ ଖରାପ ଖବର । ବର୍ତ୍ତମାନ ସମୟରେ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି । ରାଜ୍ୟରେ ବଢ଼ିଲା କ୍ଷୀର ଦର। ରାଜ୍ୟରେ ପୁଣି ଥରେ କ୍ଷୀର ଦାମ୍ ବଢ଼ିଛି । ଏହା ଫଳରେ ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଓମଫେଡ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି ।

କମ୍ପାନୀ ପକ୍ଷରୁ ଫୁଲ କ୍ରିମ ଓ ଟୋକନ ଯୁକ୍ତ କ୍ଷୀରର ଦାମରେ ବୃଦ୍ଧି କରାଯାଇଛି । ଫୁଲ କ୍ରିମ କ୍ଷୀର ଲିଟର ପିଛା ୧ ଟଙ୍କା ବୃଦ୍ଧି କରାଯାଇଥିବା ନେଇ ମଦର ଡେୟରୀ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ଟୋକନ ଯୁକ୍ତ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ତେବେ କମ୍ପାନୀ କ୍ଷୀରର ଦାମ୍ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କ ପାଇଁ ବଢ଼ାଇଥିବା ଜଣାପଡ଼ିଛି ।

ପ୍ୟାକେଟ ପିଛା ୨ଟଙ୍କା ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ମିଳିଛି । ସେହି ଭଳି ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାର ୨୫ ଟଙ୍କା ବୃଦ୍ଧି ପାଇଛି । ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏହି ବର୍ଦ୍ଧିତ ଦର ଆସନ୍ତା ୧ ତାରିଖରେ ଲଙ୍କଜ୍ଞର ହେବାକୁ ଯାଉଛି ।

ତେବେ ଗୋଖାଦ୍ୟ , ଚାରା ,ଔଷଧ, ଇନ୍ଧନ, ଦରବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେହେତୁ କ୍ଷୀର ଦାମ ବୃଦ୍ଧି ପାଉବାରେ ଲାଗିଛି ଆଗକୁ କ୍ଷୀରଜାତୀୟ ସାମଗ୍ରୀର ମୂଲ୍ୟ ମଧ୍ୟ ଆଗକୁ ବଡିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.