fbpx
BSKY SKY
BSKY SKY

ଅସୁସ୍ଥ ହେଲେ ପୋପ୍ ଫ୍ରାନ୍ସିସ: ଶ୍ୱାସନଳୀରେ ସଂକ୍ରମଣ ପରେ ଡାକ୍ତରଖାନାରେ ଭର୍ତ୍ତି

BSKY

ଭାଟିକାନ୍ ସିଟି: ଶ୍ୱାସନଳୀରେ ସଂକ୍ରମଣ ଯୋଗୁଁ ହଠାତ ଅସୁସ୍ଥ ହୋଇପଡିଛନ୍ତି ପୋପ୍ ଫ୍ରାନ୍ସିସ । ନିଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେବାରୁ ରୋମର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପାଇଁ ସେ କିଛି ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜାଣିବାକୁ ମିଳିଛି । ଏ ନେଇ ‘ଭଟିକାନ୍’ ତରଫରୁ ଏକ ବିବୃତ୍ତି ଜାରି କରାଯାଇଛି ।

ସୂଚନା ଦେଇ ଭଟିକାନର ମୁଖପାତ୍ର ମାଟେଓ ବ୍ରୁନି କହିଛନ୍ତି ଯେ, ପୋପ୍ ଫ୍ରାନ୍ସିସ ବର୍ତ୍ତମାନ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ ହୋଇଛନ୍ତି । କିଛି ଦିନରୁ ନିଶ୍ୱାସପ୍ରଶ୍ୱାସରେ ସେ କଷ୍ଟ ଅନୁଭବ କରୁଥିଲେ । ତେବେ ଡାକ୍ତରୀ ପରୀକ୍ଷା ପାଇଁ ଗତକାଲି ତାଭ୍କୁ ରୋମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୋପ୍ ଫ୍ରାନ୍ସିସଙ୍କ ଶ୍ୱାସନଳୀ ସଂକ୍ରମଣ ହୋଇଥିବାରୁ ଏପରି ସମସ୍ୟା ହେଉଥିବା କହିଛନ୍ତି ଡାକ୍ତର । କିନ୍ତୁ ଏହି ଲକ୍ଷଣ କରୋନା ମହାମାରୀ ନୁହେଁ, କିମ୍ବା ପୋପ୍ କରୋନା ସଂକ୍ରମିତ ହୋଇନାହାନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ତେବେ କିଛି ଦିନର ଚିକିତ୍ସାରେ ସୁସ୍ଥ ହୋଇପାରିବେ ପୋପ୍ ।

Pope Francis taken to hospital with respiratory infection - ABC News

ତେବେ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ପୋପ୍ ଫ୍ରାନ୍ସିସଙ୍କ ସମସ୍ତ ମିଯିଭ୍ଗ ଏବଂ ତାଙ୍କ ସାକ୍ଷାତ କରିବାକୁ ଆସିତିବା ସମସ୍ତଙ୍କୁ ବାରଣ କରାଯାଇଥିଲା । ତେବେ ପୋପ୍ ୮୬ ବର୍ଷ ବୟସରେ ପହଞ୍ଚିଥିବା ବେଳେ ଶ୍ୱାସନଳୀ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ସେ ଗତ ୧୦ ବର୍ଷରୁ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟଭାବେ କାର୍ଯ୍ୟରତ ଅଛନ୍ତି ।

Get real time updates directly on you device, subscribe now.