fbpx

ମିଲଖା ସିଂଙ୍କ ପତ୍ନୀ ନିର୍ମଲ କୌରଙ୍କ ଜୀବନ ନେଲା କରୋନା , ମାତ୍ର ୮୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀ କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂ କରୋନାରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ସୁସ୍ଥ ଅବସ୍ଥାକୁ ଫେରୁଥିବା ବେଳେ ପତ୍ନୀ ନିର୍ମଲ କୌରଙ୍କର ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ ନିର୍ମଲ କୌରଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଗତ ମାସରେ କରୋନାରେ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ କରୋନା ବିରୋଧରେ ଆଉ ଅଧିକ ଦିନ ସଂଗ୍ରାମ କରିବାରେ ବିଫଳ ହୋଇ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ନିର୍ମଲ କୌର ହେଉଛନ୍ତି ପୂର୍ବତନ ଭାରତୀୟ ମହିଳା ଭଲିବଲ ଦଳର ଅଧିନାୟିକା ଓ ପଞ୍ଜାବ ସରକାରଙ୍କ ମହିଳା କ୍ରୀଡା ବିଭାଗର ଡାଇରେକ୍ଟର ଥିଲେ । ରବିବାର ଦିନ ୪ଟା ସମୟରେ ତାଙ୍କର ପରଲୋକ ହୋଇ ଯାଇଥିବା ମିଲଖା ସିଂଙ୍କ ପରିବାର ସୂତ୍ରରୁ ଜଣାପଡିଛି ।

Get real time updates directly on you device, subscribe now.