fbpx

ରାଜଧାନୀରେ ଭିଜିଲାନ୍ସ ହାତରେ ଧରାପଡିଲେ କୋଟିପତି କିରାଣି

ଭୁବନେଶ୍ୱର ,୧୨ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱର ସବକଲେକ୍ଟର ଅଫିସର କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣି ଉଦୟନାଥ ଜେନାଙ୍କ ଘରେ ଚଢାଉ କରାଯାଇଛି । ଭୁବନେଶ୍ୱର ସରକାରୀ କାର୍ଯ୍ୟାଳୟ, ସୁନ୍ଦରପଦା ଘରେ ରେଡ୍ । କେନ୍ଦ୍ରାପଡା ରାଜନଗର ସ୍ଥିତ ପୈତୃକ ଘରେ ମଧ୍ୟ ଚଢାଉ ହୋଇଥିବା ସୂଚନା ମିଳିଛି । ତାଙ୍କ ନାଁରେ ସାତଟି ପ୍ଲଟ୍ ଠାବ କରାଯାଇଛି । ଚଢାେଉ ପରେ ଉଦୟନାଥ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ ଯିଏ ଯାହା ଦିଏ ମୁଁ ଖୁସି ରେ ନିଏ । କାହାକୁ ଜବରଦସ୍ତି କରେ ନାହିଁ ।’

Get real time updates directly on you device, subscribe now.