fbpx
BSKY
BJD MC SKY
BJD YOUTH SKY

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି କିରାଣି

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଦିଲ୍ଲୀପଙ୍କ ଘରୁ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି ଜାଗାରେ ଚଢାଉ ହୋଇଛି । ଭୁବନେଶ୍ୱର ଘାଟିକିଆରେ ଥିବା ସରକାରୀ ବାସଭବନ, ଢେଙ୍କାନାଳ ଘର ଓ କଟକ ଅଫିସରେ ଚଢାଉ ହୋଇଥିବା ଜଣାପଡିଛି । ଜାଗମରା ମଲ୍ଲିକ କମ୍ପେ୍ଲକ୍ସରେ ୪ ମହଲା କୋଠାର ମୂଲ୍ୟ ୧ କୋଟି ୮ ଲକ୍ଷ ଟଙ୍କା ଥିବାବେଳେ ଗାଡିମଟର, ସୁନା, ଗହଣାର ମୂଲ୍ୟ ୨ କୋଟିରୁ ଅଧିକ ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣି ଦିଲ୍ଲୀପ କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.