fbpx

ଖୋଲା ରହିବ ବାଣୀବିହାର ହଷ୍ଟେଲ

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ପାଇଁ ଶିକ୍ଷାବ୍ୟବସ୍ଥାରେ ବିଶେଷ ପ୍ରଭାବ ପଡୁଛି । ଏଭଳି ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ହେଉଥିବା ବେଳେ ବର୍ତ୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ । ପରବର୍ତ୍ତୀ କାଳରେ କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଏବେ କରୋନା ଗାଇଡଲାଇନ୍ ମାନି ରହିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣା ସାହୁ କହିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ । ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ପିଲାମାନଙ୍କୁ ପଢିବାକୁ ସୁଯୋଗ ଦେବାକୁ ହଷ୍ଟେଲଗୁଡିକ ଖୋଲା ରହିବ ।’

ତେବେ ବିଶ୍ୱବିଦ୍ୟାଳୟର ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଥିଲେ ଛାତ୍ରଛାତ୍ରୀ । ୧୨ ଓ ୧୬ ତାରିଖରେ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ନିଷ୍ପେତ୍ତିୁକ ବିରୋଧ କରି ବାଣୀବିହାରର ଅନେକ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ ।

Get real time updates directly on you device, subscribe now.