fbpx

କୋଟିପତି ସ୍ୱିପରଙ୍କ ଦେହାନ୍ତ : ବ୍ୟାଙ୍କରେ ଛାଡ଼ିଯାଇଛନ୍ତି….

ପ୍ରୟାଗରାଜର ଧୀରଜ । ଯାହାଙ୍କୁ ସମସ୍ତେ କୋଟିପତି ସ୍ପିପର ଭାବରେ ଜାଣନ୍ତି । ଶନିବାର ତାଙ୍କର ମୃତ୍ୟୁ ହୋଇଛି । ଧୀରଜ ସଙ୍ଗମ ନଗରୀ ପ୍ରୟାଗରାଜରେ ମୁଖ୍ୟ ଚିକିତ୍ସା ଅଧିକାରୀ ଅଫିସ୍ ର କୁଷ୍ଠ ରୋଗ ବିଭାଗରେ ସ୍ପିପର ଭାବରେ କାମ କରୁଥିଲେ ।

ତାଙ୍କ ବିଷୟରେ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଧୀରଜ, ପ୍ରାୟ ୧୦ ବର୍ଷରୁ ନିଜ ବ୍ୟାଙ୍କ୍ ଆକାଉଣ୍ଟକୁ ଆସୁଥିବା ଦରମା ଉଠାଇନଥିଲେ । ଆଉ ତାଙ୍କର ଦରମା ଟଙ୍କା ସେହିଭଳି ଭାବରେ ବ୍ୟାଙ୍କରେ ଜମା ହୋଇ ରହୁଥିଲା । ଏହାକୁ ନେଇ ବ୍ୟାଙ୍କ୍ କର୍ମଚାରୀ ତାଙ୍କ ପାଖରେ ପହଞ୍ଚିଥିଲେ । ଆଉ ସେ କୋଟିପତି ବୋଲି ଖୁଲାସା ହୋଇଥିଲା । ଶନିବାର ଟିବି ଧୀରଜଙ୍କ ମୃତ୍ୟୁ ରୋଗ କାରଣରୁ ହୋଇଛି । ସେ ତାଙ୍କ ଆକାଉଣ୍ଟରେ ପ୍ରାୟ ୭୦ ଲକ୍ଷ ଛାଡ଼ିଯାଇଛନ୍ତି ।

ଧୀରଜଙ୍କ ବାପା କୁଷ୍ଠ ରୋଗ ବିଭାଗରେ ସ୍ୱିପର ପଦରେ କାର୍ଯ୍ୟରତ ଥିଲେ ଏବଂ ଚାକିରି ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହାପରେ ୨୦୧୨ ରେ ପୁଅକୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିଥିଲା । ସେବେଠାରୁ ସେ ନିଜ ଦରମା ବ୍ୟାଙ୍କରୁ କାଢ଼ିନଥିଲେ । ଖାସ୍ କଥା ହେଉଛି ଧୀରଜ ନିଜର ଇନକମ୍ ଟ୍ୟାକ୍ସ ମଧ୍ୟ ଦେଉଥିଲା ।

ତାଙ୍କର ବେଶଭୂଷା ଦେଖି ଲୋକେ ତାଙ୍କୁ ଭିକାରୀ ବୋଲି ଭାବୁଥିଲେ । ଲୋକଙ୍କ ପାଦ ଛୁଇଁ କାନ୍ଦି ବୋବାଇ ସେ ଟଙ୍କା ମାଗି ଖର୍ଚ୍ଚ ଚଳାଉଥିଲା । ଲୋକମାନେ ତାଙ୍କୁ ଗରିବ ଭାବି ସାହାଯ୍ୟ ମଧ୍ୟ କରୁଥିଲେ । କିନ୍ତୁ ଧୀରଜ ଭିକାରୀ ନଥିଲା ବରଂ କୁଷ୍ଠ ରୋଗ ବିଭାଗରେ ସ୍ୱିପର ଭାବରେ କାର୍ଯ୍ୟରତ ଥିଲେ ଏବଂ କୋଟିପତି ଥିଲେ । ତା’ ପାଖରେ ନିଜ ଘର ଏବଂ ମୋଟା ଅଙ୍କର ଟଙ୍କା ରହିଥିଲା । ଏହା ବ୍ୟତୀତ ତାଙ୍କ ମା’ଙ୍କ ପେନସନ ମଧ୍ୟ ଆସୁଥିଲା । କିନ୍ତୁ ଖାସ୍ କଥା ହେଉଛି ଯେ ଧୀରଜ ସରକାରଙ୍କୁ ଟ୍ୟାକ୍ସ ମଧ୍ୟ ଦେଉଥିଲା ।

Get real time updates directly on you device, subscribe now.