fbpx

Google Alert:ବିପଦରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ , ୱାଇଫାଇ କଲିଂ ବନ୍ଦ କରନ୍ତୁ ନଚେତ ହ୍ୟାକ ହେବ ଆପଣଙ୍କ ଫୋନ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଦ୍ୱାରା ବ୍ୟବହୃତ ହେଉଛି । ତେବେ ଫୋନ ଏବେ ସବୁ କାମରେ ଆସୁଛି । ବ୍ୟାଙ୍କିଙ୍ଗ୍ ସହିତ ଅନେକ ଜିନିଷରେ ଫୋନର ବ୍ୟବହାର ରହିଛି । ତେଣୁ ଏହାର ବହୁ-ବ୍ୟବହାରକୁ ଦୃଷ୍ଟିରେ ରଖି ଏହା ହ୍ୟାକରମାନଙ୍କ ଟାର୍ଗେଟରେ ସର୍ବାଧିକ ରହିଥାଏ । ବର୍ତ୍ତମାନ ଗୁଗୁଲ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଏକ ଚେତାବନୀ ଦେଇଛି। ଗୁଗୁଲର ପ୍ରୋଜେକ୍ଟ ଜିରୋ ଦଳ ଏହିପରି ୧୮ ଟି ବଗ୍ ଆବିଷ୍କାର କରିଛି, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ୟୁଜର୍ସ ଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହା ମଧ୍ୟରେ ୪ଟି ବଗ୍ ଅଧିକ ବିପଜ୍ଜନକ ।

ଏହି ବଗ୍ ଗୁଡିକ ସେହି ସ୍ମାର୍ଟଫୋନ୍ ପାଇଁ ଏକ ବଡ଼ ବିପଦ ପାଲଟିଛି, ଯାହାର ସାମସଙ୍ଗ ଏକ୍ସିନୋସ୍ ଚିପ୍ସ ଅଛି । ସାମସଙ୍ଗ, ଏବଂ ଭିଭୋ ଏହି ଚିପସେଟକୁ ବହୁଳ ଭାବରେ ବ୍ୟବହାର କରନ୍ତି । ଏହା ଗୁଗୁଲ୍ ପିକ୍ସେଲ ୬ ଏବଂ ପିକ୍ସେଲ ୭ ରେ ମଧ୍ୟ ବ୍ୟବହୃତ ହୋଇଛି । ଏହି ତ୍ରୁଟିଗୁଡ଼ିକୁ ସମାଧାନ କରିବା ପାଇଁ ଗୁଗୁଲ ଏକ ଅପଡେଟ ପ୍ରକାଶ କରିଛି । ଅନ୍ୟ କମ୍ପାନୀଗୁଡିକ ଏପର୍ଯ୍ୟନ୍ତ ଏହା କରିନାହାଁନ୍ତି ।

ଗୁଗୁଲର ପ୍ରୋଜେକ୍ଟ ଜିରୋର ମୁଖ୍ୟ ଟିମ୍ ୱିଲିସ୍ ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ ଏହି ତ୍ରୁଟିଗୁଡିକ ଆଣ୍ଡ୍ରଏଡ୍ ସିଷ୍ଟମର ସୁରକ୍ଷା କ୍ଷେତ୍ରରେ ଏକ ଗଭୀର ସମସ୍ୟା ସୃଷ୍ଟି କରିଛି। ପ୍ରୋଜେକ୍ଟ ଜିରୋ ଲ୍ୟାବରେ କରାଯାଇଥିବା ପରୀକ୍ଷଣରେ ଏହା ପ୍ରକାଶ ପାଇଛି ଯେ ଏହି ବଗ୍ ସାହାଯ୍ୟରେ ହ୍ୟାକର୍ମାନେ ବ୍ୟବହାରକାରୀଙ୍କ ବିନା ଅନୁମତିରେ ବେସବ୍ୟାଣ୍ଡ ସ୍ତରରୁ ଫୋନ୍ ହ୍ୟାକ୍ କରିପାରିବେ।

ଟିମ୍ ୱିଲିସ୍ କହିଛନ୍ତି ଯେ ସ୍ମାର୍ଟଫୋନରେ ୱାଇଫାଇ କଲିଂ ଏବଂ ଭଏସ୍ ଓଭର LTE ବନ୍ଦ ହେବା ଉଚିତ ଯେଉଁଥିରେ ସାମସଙ୍ଗ ଏକ୍ସିନୋସ ଚିପସେଟ ଚିପସେଟ ଅଛି। ୱିଲିସ୍ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ପାଇଁ ଅପଡେଟ ନ ଆସିଛି , ଉପଭୋକ୍ତାମାନେ ଏହି ଦୁଇଟି ସେବାକୁ ବନ୍ଦ ରଖିବା ଉଚିତ୍ ।

Get real time updates directly on you device, subscribe now.