fbpx

ଲକ୍ଷାଧିକ ଲୋକଙ୍କ ରୋଜଗାର ଛଡ଼ାଇନେବ AI: ସବୁଠୁ ଅଧିକ ବିପଦରେ ଏହି ୪ଟି ଚାକିରି, ଆପଣ ଏହି ଫିଲ୍ଡରେ କରୁନାହାଁନ୍ତି ତ’ କାମ ?

ନୂଆଦିଲ୍ଲୀ : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏକ ରୋମାଞ୍ଚକର କ୍ଷେତ୍ର, କିନ୍ତୁ ଆଗାମୀ ସମୟରେ ଏହା ମଣିଷଙ୍କ ଚାକିରି ପାଇଁ ଏକ ବଡ଼ ବିପଦ ହୋଇପାରେ । କିଛି ସମୟ ପୂର୍ବରୁ ଏକ କମ୍ପାନୀର ପ୍ରତିଷ୍ଠାତା ଏହାର ୯୦% କଷ୍ଟମର ସର୍ପୋଟ ସହାୟକ ଷ୍ଟାଫଙ୍କୁ ଏଆଇ ସହିତ ବଦଳାଇ ଅଧିକ ଲାଭ କରିବାର ଦାବି କରିଥିଲେ ।

ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ଯେ କେତେକ ଚାକିରିରେ ଏଆଇର ବିପଦ ଅଧିକ ରହିଛି । ଏହି ରିପୋର୍ଟ ମ୍ୟାକିଂସି ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ଟାଇଟଲ ହେଉଛି – ଜେନେରେଟିଭ୍ ଏଆଇ ଏବଂ ଆମେରିକାରେ କାମର ଭବିଷ୍ୟତ । ଏହି ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ଦିନରେ ଆମେରିକାର ଚାକିରି ବଜାର ଉପରେ ଏଆଇ କିପରି ପ୍ରଭାବ ପକାଇବ । ରିପୋର୍ଟ ଅନୁଯାୟୀ, ଏଆଇରେ ଅର୍ଥନୈତିକ ସ୍ୱୟଂଚାଳିତତା ବୃଦ୍ଧି ପାଇଁ ଅପାର ସମ୍ଭାବନା ଅଛି ଏବଂ ୨୦୩୦ ସୁଦ୍ଧା ଆମେରିକାରେ କାର୍ଯ୍ୟ ସମୟରେ ୩୦ ପ୍ରତିଶତ ଅଂଶ ଏଆଇର ହେବ ।

ଅଧିକ ବିପଦରେ ଏହି ୪ଟି ଚାକିରି :-

ମ୍ୟାକିଂସି ଗ୍ଲୋବାଲର ରିପୋର୍ଟ ଅନୁଯାୟୀ, ଯେଉଁ ଚାକିରିରେ ଅଟୋମେସନ ଓ ରିପିଟେସନର ଆବଶ୍ୟକ, ତାହାକୁ ସହଜରେ ରିପ୍ଲେସ କରିପାରିବ ଏଆଇ । ଏଥିରେ କଷ୍ଟମର ସର୍ଭିସ୍, ଫୁଡ୍ ସର୍ଭିସ୍ ଏବଂ ଅଫିସ୍ ସପୋର୍ଟ ଷ୍ଟାଫ୍ ଭଳି ଚାକିରି ସାମିଲ । ରିପୋର୍ଟରେ ଆକଳନ କରାଯାଇଛି ଯେ, ୨୦୩୦ ସୁଦ୍ଧା କ୍ଲକ୍ ପଦବୀ ପାଇଁ ଚାହିଦା ୧୬ ଲକ୍ଷକୁ ହ୍ରାସ ପାଇବ ।

ଏହା ସହିତ ଆଠ ଲକ୍ଷରୁ ଅଧିକ ସେଲ୍ସ ପର୍ସନ୍ସଙ୍କ ଚାକିରି ନଷ୍ଟ ହୋଇପାରେ । ଏଥି ସହିତ ସାତ ଲକ୍ଷରୁ ଅଧିକ ପ୍ରଶାସନିକ ସହାୟକ ଚାକିରି ହରାଇ ପାରନ୍ତି । ଏତଦ୍ ବ୍ୟତୀତ ଛଅ ଲକ୍ଷରୁ ଅଧିକ କ୍ୟାସିୟରଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡିପାରେ । ଏହି କାର୍ଯ୍ୟଗୁଡ଼ିକରେ ଟାକ୍ସର ରିପିଟେସନ, ଡାଟା କଲେକ୍ସନ୍ ଓ ବେସିକ୍ ଡାଟା ପ୍ରୋସେସିଂ ଅଧିକ ରହିଛି, ସେହି କାମକୁ ଏଆଇ ଅତି ସହଜରେ ଓ ମଣିଷଙ୍କ ତୁଳନାରେ କମ ସମୟରେ କରିବାର କ୍ଷମତା ରଖିଛି ।

ମ୍ୟାକକିସି ଗ୍ଲୋବାଲ୍ ଆକଳନ କରିଛି ଯେ ୨୦୩୦ ସୁଦ୍ଧା ଏକ କୋଟିରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ଲାଇନ ପରିବର୍ତ୍ତନ କରିବାକୁ ପଡିପାରେ । ରିପୋର୍ଟ ଅନୁଯାୟୀ, ଏହାର ପ୍ରଭାବ ପ୍ରାୟତଃ ସେହି ଲୋକଙ୍କ ଉପରେ ପଡ଼ିବ ଯାହାର ଦରମା କମ୍ ।

ରିପୋର୍ଟରେ କୁହାଯାଇଛି ଯେ ଆଗାମୀ ସମୟରେ କେବଳ ସେହି ଲୋକମାନେ ବଞ୍ଚିପାରିବେ ଯେଉଁମାନେ ଟେକ୍ନୋଲୋଜି ଅନୁଯାୟୀ ନିଜକୁ ଖାପ ଖୁଆଇ ପାରିବେ । ଚାକିରି ବଜାରରେ ଏଆଇ ସହିତ ରହିବାକୁ ମଣିଷମାନଙ୍କୁ ନିଜକୁ ଅପସ୍କିଲ କରିବାକୁ ପଡିବ ।

Get real time updates directly on you device, subscribe now.