fbpx

News across the Earth, news close to your heart, Read Odisha Bhaskar English

ପରଲୋକରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ମିନତି ମିଶ୍ର

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ମିନତି ମିଶ୍ରଙ୍କର ଆଜି ପରଲୋକ ଘଟିଛି । ୯୧ ବର୍ଷ ବୟସରେ ସ୍ୱିଜରଲ୍ୟାଣ୍ଡରେ ମିନତିଙ୍କ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ମିନତି କଟକରେ ୧୯୨୯ ମସିହାରେ ଜନ୍ମ ହୋଇଥିଲେ । ଜର୍ମାନୀର ଫିଲିପ୍‌ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିବା ସହ ସୂର୍ଯ୍ୟମୁଖୀ, ଅରୁନ୍ଧତୀ ଆଦି ଚଳଚ୍ଚିତ୍ରରେ ସେ ନାୟିକା ଭାବେ ଅଭିନୟ କରିଥିଲେ । ସେ ଏକାଧାରରେ ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ ଥିଲେ । ମିନତି ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ତେବେ ୧୯୬୪ ମସିହାରୁ ୧୯୮୯ ମସିହା ଯାଏଁ ମିନତି ମିଶ୍ର ଭୁବନେଶ୍ବରରେ ଥିବା ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଥିଲେ। ୨୦୧୨ ମସିହାରେ ତାଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିଥିଲେ।

Get real time updates directly on you device, subscribe now.