fbpx

ମୋବାଇଲ ଦେଖିବା କମ କରନ୍ତୁ, ନହଲେ ହେବେ ବର୍ବାଦ

Advertisement

ଓଡିଶା ଭାସ୍କର: ଆଜାକାଲି ପ୍ରାୟ ସମସ୍ତେ ବିଭନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକୁ ବ୍ୟବହାର କରୁଛନ୍ତି । ପିଲା ହୁଅନ୍ତୁ ବା ବୟସ୍କ ସମସ୍ତେ ଘଣ୍ଟାଘଣ୍ଟା ଧରି ମୋବାଇଲ୍ ଫୋନ୍ ବ୍ୟବହାର ମସଗୁଲ ରହୁଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଆପଣମାନେ ବିଳମ୍ବିତ ରାତି ପର୍ୟ୍ୟନ୍ତ ମୋବାଇଲ ଫୋନ ବ୍ୟବହାର କରିବା ଏହା ଆଖି ଏବଂ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ଅଭ୍ୟାସରେ ପଡିଗଲା ପରେ ଆପଣଙ୍କର ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ।

ଖବର ଅନୁସାରେ, ବିଳମ୍ବିତ ରାତି ପର୍ୟ୍ୟନ୍ତ ଫୋନ, ଟାବ, ଲାପଟପର ବ୍ୟବ‌ହାର କରିବା ଦ୍ୱାରା ଆଖର ସର୍ବାଧ‌ିକ କ୍ଷତି ହୋଇଥାଏ। ଏଥିରୁ ବାହାରୁଥିବା ରେଟିନା ନାମକ ଆଲୋକ ରଶ୍ମୀ ଆଖି ଉପରେ ପ୍ରଭାବ ପକାଇଥାଏ। ଫଳରେ ରେଟିନା ସଙ୍କୁଚିତ ହୁଏ ଓ କ୍ରମଶଃ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ। ଯେଉଁମାନେ ଅଧିକ ରାତି ପର୍ୟ୍ୟନ୍ତ ମୋବାଇଲ ଫୋନ ବ୍ୟବହାର କରନ୍ତି, ସେମାନେ ନିଦ୍ରାହୀନତା ଓ ମାନସିକ ରୋଗର ଶିକାର ହୋଇଥାନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ କୌଣସି କାର୍ୟ୍ୟ କରିବାକୁ ଆଗ୍ରହ ଆସିନଥାଏ। ଏହାଦ୍ଵାରା ଜଣେ ଚିନ୍ତା, ଆଳସ୍ୟ ଓ ଚାପଗ୍ରସ୍ତର ଶିକାର ହୋଇଥାଏ।

ରାତିରେ ଅଧିକ ସମୟ ଫୋନ୍ ବ୍ୟବହାର ମେଦବହୁଳତାର ଅନ୍ୟତମ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପ୍ରାୟତଃ ରାତି ପର୍ୟ୍ୟନ୍ତ ଚେଇଁ ରହିବା ଦ୍ୱାରା ଜଣେ ଅଧିକ ଭୋକିଲା ଅନୁଭବ କରେ ଏବଂ ଅସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଏ। ଏହାଦ୍ଵାରା ଶରୀରରେ ଖରାପ ଚର୍ବି ଜମିରହି ମେଦବହୁଳତା ହୋଇଥାଏ। ନିଦ୍ରା ଅଭାବରୁ ରକ୍ତଚାପ ଓ ସୁଗାର ମାତ୍ରା ମଧ୍ୟ ବଢିଥାଏ ବୋଲି ଜଣାପଡିଛି । ଶୋଇଲାବେଳେ ଅଧିକ ସମୟ ଫୋନ ବ୍ୟବହାର କରିବା ଦ୍ୱାରା ଗଣ୍ଠି ଜନିତ ସମସ୍ୟା ସୃଷ୍ଟି କରିଥାଏ। ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ିଥାଏ ଓ ସ୍ପଣ୍ଡିଲାଇଟ୍ସ ନାମକ ଏକ ଭୟଙ୍କର ରୋଗରେ ମନୁଷ୍ୟ ଶିକାର ହୋଇଥାଏ।

Get real time updates directly on you device, subscribe now.