କାରରେ ଏଣିକି ୬ଟି ଏୟାରବ୍ୟାଗ୍‌ ରହିବା ବାଧ୍ୟତାମୂଳକ, ଜାଣନ୍ତୁ କଣ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏଣିକି ୮ ସିଟ୍ ବିଶିଷ୍ଟ ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ରହିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତ ଯେ, ଏପରି କରିବା ଦ୍ୱାରା ସବୁ ବର୍ଗର ଗାଡ଼ିରେ ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ । ଗାଡ଼ିର ମୂଲ୍ୟ କିମ୍ବା ଭାରିଆଣ୍ଟ୍‌ ଯାହା ହୋଇଥାଉ ନା କାହିଁକି ସେଥିରେ ୬ଟି ଏୟାରବ୍ୟାଗ୍ ଲାଗିବ ।

ଡ୍ରାଇଭର୍‌ ଙ୍କ ପାଇଁ ଏୟାରବ୍ୟାଗ୍ ଲଗାଇବା ବିଷୟକୁ ୨୦୧୯ ଜୁଲାଇରୁ ବାଧ୍ୟତାମୂଳକ କରାଯାଇଛି । ଚଳିତବର୍ଷ ଜାନୁଆରିରୁ ଗାଡ଼ିର ଆଗ ଦୁଇ ସିଟ୍‌ ଲାଗି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି । ଏହାଦ୍ବାରା ଉଭୟ ଚାଳକ ଓ ତାଙ୍କ ସହ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରାଯାଇପାରିବ ବୋଲି କହିଛନ୍ତି ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ । ଏହି କ୍ରମରେ ଏମ୍‌୧ ବର୍ଗର ଗାଡ଼ିରେ ଅତିରିକ୍ତ ଚାରିଟି ବ୍ୟାଗ୍ ଲଗାଇବା ନିଷ୍ପତ୍ତି ହୋଇଛି । ଏହାଦ୍ବାରା ଗାଡ଼ି ସାମ୍ନା ପଟୁ ଧକ୍କା ଦେଲେ କିମ୍ବା ଅନ୍ୟ କୌଣସି ଗାଡ଼ି ଆସି ସେହି ଗାଡ଼ିର ମଝାମଝି ମାଡ଼ ହେଲେ ସେଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ରହିପାରିବେ ।

ତେବେ ପୂର୍ବ ଭଳି ଗାଡ଼ିର ଦୁଇ ଆଗ ସିଟ୍ ପାଇଁ ଦୁଇଟି ଏୟାରବ୍ୟାଗ୍ ରହିବ। ଏହାବାଦ୍‌ ଦୁଇ ପାର୍ଶ୍ବରେ ଟର୍ସୋ ଏୟାରବ୍ୟାଗ୍ ଓ ଉଭୟ ପାର୍ଶ୍ବର କର୍ଟେନ୍‌/ ଟ୍ୟୁବ୍ ଏୟାରବ୍ୟାଗ୍ ଲଗାଯିବ । ଫଳରେ ଗାଡ଼ି ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷା ମିଳିପାରିବ। ମୋଟର ଗାଡ଼ିରେ ଯାତ୍ରାକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଗଡ଼କରୀ କହିଛନ୍ତି।

Get real time updates directly on you device, subscribe now.

Comments
Loading...