fbpx

ନାବାଳିକାକୁ ଘର ସାମ୍ନାରୁ ଉଠାଇ ନେଇ ଦୁଷ୍କର୍ମ କଲା ପଡ଼ିଶା ଘର ଯୁବକ, ଅଭିଯୁକ୍ତ ଫେରାର

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅଂଚଳର ଜଣେ ୯ ବର୍ଷର ନାବାଳିକାକୁ ତାଙ୍କ ପଡ଼ିଶା ଘରର ୨୦ ବର୍ଷର ଯୁବକ ଦୁଷ୍କର୍ମ କରି ଫେରାର୍‌ ହୋଇଯାଇଥିବା ଅଭିଯୋଗ ବାଲିପାଟଣା ଥାନାରେ ହୋଇଛି । ସୂଚନା ଅନୁଯାୟୀ ନାବାଳିକା ଜଣଙ୍କ ନିଜ ଘର ସାମ୍ନା ଟିଉବ୍‌ୱେଲ୍‌ ପାଖରେ ଗାଧୋଉ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଏବଂ ଗିରଫ ଭୟରେ ସେଠାରୁ ଫେରାର୍‌ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପରେ କ୍ୟାପିଟାଲ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ନେଇ ପରିବାର ଲୋଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ପୋଲିସ ପକ୍ଷ ତଦନ୍ତ ଆରମ୍ଭ ହୋଇଛି।

Get real time updates directly on you device, subscribe now.