fbpx

ବିନା ଫଳକରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ, ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ ନେଇ ଆସିଲା ଅଭିଯୋଗ

ଏରସମା, (ଭାସ୍କର ନ୍ୟୁଜ୍‌): ଏରସମା ବ୍ଲକ୍‌ରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ମାତ୍ର ଏହାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଉନ୍ନୟନ ମୂଳକ କାର୍ଯ୍ୟ ପୂବର୍ରୁ ଜନ ସାଧାରଣଙ୍କ ଅବଗତି ନିମେନ୍ତ ସୂଚନା ଫଳକ ନିର୍ମାଣ କରାଯିବା ପରେ କାର୍ଯ୍ୟ କରାଯିବାର ସରକାରୀ ନିୟମ ଥିଲା ବେଳେ ଏଠାରେ ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରି କାର୍ଯ୍ୟ କରାଯାଉଥିବା ଅଭେିଯାଗ ହୋଇଛି ।

ସୂଚନା ମୂତାବକ ଏରସମା ବ୍ଲକ୍‌ ଜାନକାଦେଇପୁର ପଞ୍ଚାୟତରେ ଶୁକ୍ରବାର ବାସୁଦେଇପୁର ଗ୍ରାମରେ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଉଥିଲା । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ କିଭଳି ରାସ୍ତା ନିର୍ମାଣ କରାଯାଉଛି ବୋଲି ପଚାରିବାରୁ ଯନ୍ତ୍ରୀ ଜଣକ କହିଥିଲେ ଏହି କାର୍ଯ୍ୟ ପାଇଁ ପୂବରୁ ଧାର୍ଯ୍ୟ କରାଯାଇଛି, ମେଟେରିଆଲସ୍‌ ପକାଯାଇଥିଲା । ଆଉ ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଇଛି ବୋଲି କହିଥିଲେ। ମାତ୍ର ଯନ୍ତ୍ରୀ ନିଜେ ଉପସ୍ଥିତ ରହି ରାସ୍ତା ନିର୍ମାଣ କରାଯାଉଥିଲେ ବି, ଏହି ରାସ୍ତା ନିର୍ମାଣ ପୂବର୍ରୁ ସୂଚନା ଫଳକ କେଉଁଠାରେ ଦେଖିବାକୁ ମିଳିନଥିଲା । ଏହାଦ୍ୱାରା ଲୋକମାନେ ରାସ୍ତା ନିର୍ମାଣ ସମ୍ପକର୍ରେ କୈାଣସି ତଥ୍ୟ ପାଇ ପାରି ନ ଥିଲେ । ଏହା ସହିତ ରାସ୍ତା କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀର ଭାଗ ମାପ ମଧ୍ୟ ଠିକ୍‌ ନ ଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟର ଅଟକଳ ମୂଲ୍ୟ କେତେ ଓ କାହା ନାମରେ କାର୍ଯ୍ୟାଦେଶ ରହିଛି ଆମେ ଜାଣିବାକୁ ଚାହିଁଥିଲେ ବି ସେ ଏ ସମ୍ପକର୍ରେ ଜଣାଇବାକୁ ରୋକ୍‌ଠୋକ ମନା କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଭିଜିଲାନସ୍‌ ତଦନ୍ତ ଚାଲୁ ରହିଛି । ନିର୍ବାଚନ ସମୟରେ ଏପରି କାର୍ଯ୍ୟ କରିବାକୁ ସାଧାରଣ ନିନ୍ଦା କରାଯାଇଥିବାବେଳେ ବିଭାଗୀୟ ଅଧିକାରୀ କିଭଳି ଭାବେର ଆଉ କାହା ପ୍ରରୋଚନାରେ ଏଭଳି ବିନା ଫଳକରେ କାର୍ଯ୍ୟ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥ୍ରିତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି ।

Get real time updates directly on you device, subscribe now.