fbpx

ବିଜେପିକୁ ଶକ୍ତ ଝଟକା: ଇସ୍ତଫା ଦେଲେ ମନ୍ତ୍ରୀ ଧର୍ମ ସିଂ ସାଇନି, ନିର୍ବାଚନ ପୂର୍ବରୁ ଗଲେଣି ୧୨ ବିଧାୟକ

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଦଳ-ବଦଳ ରାଜନୀତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବିଜେପି ବିଧାୟକ ତଥା ଆୟୁଷ ମନ୍ତ୍ରୀ ଡାକ୍ତର ଧର୍ମ ସିଂ ସାଇନି ଇସ୍ତଫା ଦେଇ ହଇଚଇ ସୃଷ୍ଟି କରିଛନ୍ତି । ଦଳ ଛାଡ଼ିଛନ୍ତି ମନ୍ତ୍ରୀ ଧର୍ମ ସିଂହ ସାଇନି । ସେ ସମାଜବାଦୀ ପାର୍ଟି ଯିବେ ବୋଲି ସୂଚନା ମିଳିଛି । ଧର୍ମ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହିତ ସାକ୍ଷାତ କରିଛନ୍ତି । ଏହା ସହ ୨ ମନ୍ତ୍ରୀ ଓ ଅନ୍ୟ କେତେକ ବିଧାୟକ ମଧ୍ୟ ୧୪ରେ ଇସ୍ତଫା ଦେଇପାରନ୍ତି ବୋଲି ଧର୍ମ ସିଂହ କହିଛନ୍ତି ।

Dharam Singh Saini, Uttar Pradesh Assembly Elections, Uttar Pradesh Elections, Uttar Pradesh polls, UP Chunav, UP Election 2022, यूपी चुनाव, Swami Prasad Maurya, डॉ धर्म सिंह सैनी, अखिलेश यादव, समाजवादी पार्टी, Akhilesh Yadav, Samajwadi Party

କୁହାଯାଉଛି ଯେ, ସିହାରନପୁରର ନକୁଡ଼ ସିଟରୁ ବିଜେପି ବିଧାୟକ ଧର୍ମ ସିଂ ତାଙ୍କ ସରକାରୀ ବାସଭବନ ଓ ସିକ୍ୟୁରିଟି ତ୍ୟାଗ କରିଛନ୍ତି । ସେ ବି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଦାରା ସିଂହ ଚୌହ୍ୱାନଙ୍କ ପରି ମନ୍ତ୍ରୀ ପଦ ଛାଡ଼ିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୩ ମନ୍ତ୍ରୀ ଓ ୧୧ ବିଧାୟକ ଇସ୍ତଫା ଦେଇସାରିଛନ୍ତି । ଧର୍ମ ସିଂହ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ‘ ଆୟୁଷ ମନ୍ତ୍ରୀ ଭାବେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରି ନିଜ ବିଭାଗର ଉନ୍ନତି ପାଇଁ କାମ କରିଥିଲି । କିନ୍ତୁ ପଛୁଆ, ବଞ୍ଚିତ, ଦଳିତ, କୃଷକ ଓ ବେରୋଜଗାରଙ୍କୁ ଅତ୍ୟଧିକ ଅବହେଳିତ ମନୋଭାବ ସହିତ ଦଳିତମାନଙ୍କ ସଂରକ୍ଷଣକୁ ନେଇ ସରକାର ଖେଳୁଛନ୍ତି । ଏଥିରେ ଆଘାତ ହୋଇ ମୁଁ ଉତ୍ତରପ୍ରଦେଶ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଉଛି ।’

Get real time updates directly on you device, subscribe now.