fbpx

ଲକ୍-ଡାଉନ୍ ପ୍ରଭାବ: ଘରେ ବସି ପିଲାଙ୍କ ଚୁଟି କାଟୁଛନ୍ତି ଶିକ୍ଷାମନ୍ତ୍ରୀ

କରୋନକୁ ଦୃଷ୍ଟି ରଖି ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଲୋକଙ୍କ ସମେତ ନେତା-ମନ୍ତ୍ରୀମାନେ ବି ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହି ସମୟରେ ବିଭିନ୍ନ ନେତା ପରିବାର ସହ ସମୟ ବିତାଉଥିବା ବେଳେ କିଛି ନେତାଙ୍କ କାର୍ଯ୍ୟ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ରାଜ୍ୟରେ ଶିକ୍ଷାର ଗୁରୁଦାୟିତ୍ୱ ନେଇଥିବା ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀ ଏବେ ଘରେ ବସି ନିଜ ପିଲାଙ୍କ ଚୁଟି କାଟୁଥିବାର ନଜର ଆସିଛନ୍ତି । ରାଜ୍ୟ ଶିକ୍ଷାମନ୍ତ୍ରୀ ସତୀଶ ଦ୍ୱିବେଦୀ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ପୁଅ ଓ ଝିଅର ଚୁଟି କାଟୁଥିବା ନଜର ଆସିଛନ୍ତି ।

ତେବେ ଭିଡିଓଟି ଭାଇରାଲ ହେବା ପରେ ଦ୍ୱିବେଦୀ କହିଛନ୍ତି ଯେ, ଲକ୍-ଡାଉନ୍ ଯୋଗୁଁ ପିଲାଙ୍କ ଚୁଟି ବହୁତ ବଡ ହୋଇଥିଲା । ଘରୁ ବାହାରିବା ସମ୍ଭବ ହେଉନଥିବାରୁ ମୁଁ ନିଜେ ସେମାନଙ୍କ ଚୁଟି କାଟିବାକୁ ନିଷ୍ପତ୍ତି ନେଇଥିଲି ।’

Get real time updates directly on you device, subscribe now.