fbpx

ସ୍କୁଲ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା ଲାଗି ରହିଛି । ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ, ‘ଆଇନ ବାହାରକୁ ଯାଇ ସରକାର କିଛି କରୁନାହାନ୍ତି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆମର ଲକ୍ଷ୍ୟ ରହିଛି । ଛୋଟ ଛୋଟ ବିଦ୍ୟାଳୟ ପାଇଁ ଗୁଣାତ୍ମକ ମାନ ହ୍ରାସ ପାଉଛି । ଛୋଟ ସ୍କୁଲକୁ ଏକତ୍ର କରି ବୃହତ କଲେ ଶୈଖିକ ବାତାବରଣ ବଢିବ ।’

ତେବେ ଏହି ପ୍ରସଙ୍ଗରେ ଗତକାଲି ମନ୍ତ୍ରୀ କହିଥିଲେ ଯେ , ‘ ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ଅଛି । ୧୪ ହଜାର ନୁହେଁ ବରଂ ୭,୭୭୨ ସ୍କୁଲ ବନ୍ଦ ପାଇଁ ପ୍ରସ୍ତାବ ରହିଛି । ଛାତ୍ରଛାତ୍ରୀ ଯେପରି ଡ୍ରପ ଆଉଟ ନହୁଅନ୍ତୁ, ସେପରି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ସରକାରଙ୍କର ନାହିଁ ।’

Get real time updates directly on you device, subscribe now.