fbpx

କୋଲକାତା ଫେରିଲେ ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ କୋଲକାତା ଫେରିଲେ ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଏମ୍ସ ଡାକ୍ତର ସମ୍ପୂର୍ଣ୍ଣ ସୁସ୍ଥ ଘୋଷଣା କରିବା ପରେ ଫେରିଗଲେ ପାର୍ଥ । ତେବେ ଶିକ୍ଷକ ନିଯୁକ୍ତି ଜାଲିଆତିରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି ପାର୍ଥ ଚାଟାର୍ଜୀ । ଅସୁସ୍ଥତା ଯୋଗୁଁ ପାର୍ଥଙ୍କୁ ଏମସ୍ ପଠାଇଥିଲେ କୋଲକାତା ହାଇକୋର୍ଟ । ଏମ୍ସ ତରଫରୁ କୁହାଯାଇଛି ଯେ, ତାଙ୍କର ଯାହା ପୁରୁଣା ରୋଗ ଥିଲା ଅବସ୍ଥା ସ୍ଥିର ଅଛି । ରିପୋର୍ଟ କୋଲକାତା ହାଇକୋର୍ଟରେ ଦାଖଲ ହେବ କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।

ସୂଚନାଯୋଗ୍ୟ, ଏସଏସସି ଘୋଟାଲା ଗିରଫ ପରେ ପାର୍ଥ ଚାଟାର୍ଜୀଙ୍କୁ ଦୁଇ ଦିନର ଇଡି ହେପାଜତକୁ ପଠାଯାଇଥିଲା କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ତାଙ୍କୁ ଶନିବାର ସନ୍ଧ୍ୟାରେ ରାଜ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି । ଇଡି କହିଥିଲା ଯେ ପାର୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ସମୟକୁ ହେପାଜତ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ । ଯଦି ସେ ଚିକିତ୍ସା ଆବଶ୍ୟକ କରନ୍ତି, ତେବେ ଆମେ ତାଙ୍କୁ ଦିଲ୍ଲୀ କିମ୍ବା କଲ୍ୟାଣୀର AIIMS କୁ ନେଇପାରିବା ।

Get real time updates directly on you device, subscribe now.