fbpx

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ, ଜାଣନ୍ତୁ କିଏ?

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ଲୋକାୟୁକ୍ତ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ହୋ-ହାଲ୍ଲା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ସଦସ୍ୟ । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଛନ୍ତି ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏହି ଘଟଣା ଘଟିଛି ।

ତେବେ ବିନା ଆଲୋଚନାରେ ବିଲ୍ ପାସ୍ କରିଥିବାରୁ ବିରୋଧୀ ନେତା ବିରୋଧ କରିଥିଲେ । ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବାରୁ ଅଭିଯୋଗ ହୋଇଛି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି । ଗୃହକୁ ମୁତଲବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଏହି ଘଟଣା ପରେ ବିଷ୍ଣୁ ସେଠୀ କହିଛନ୍ତି ଯେ, ବିନା ଆଲୋଚନାରେ ବିଲ୍ ପାରିତ କରାଯାଉଛି । ଚପଲ ଫୋପଡା ହୋଇଛି ମୁଁ କିନ୍ତୁ ଫିଙ୍ଗିନି । ମୋ ପାଖରେ ଥିବା ହେଡଫୋନ୍ ଫୋପାଡି ଦେଇଛି । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳୁ ନାହାନ୍ତି । କେହି ଜଣେ ନୂଆ ବିଧାୟକ ଚପଲ ଫୋପାଡିଛନ୍ତି ବୋଲି ବିଷ୍ଣୁ କହିଛନ୍ତି ।

Get real time updates directly on you device, subscribe now.