fbpx
BJD SKY
BJD SKY

ବନ୍ୟା ସ୍ଥିତି ସମୀକ୍ଷା କରିଲେ ମନ୍ତ୍ରୀ ଟୁକୁନୀ ସାହୁ

BJD

ଭୁବନେଶ୍ୱର: ଉପକୂଳ ଓଡିଶା ପରେ ଉତ୍ତର ଓଡିଶାରେ ବର୍ତ୍ତମାନ ବର୍ଷା ଜାରି ରହିଛି । ରାଜ୍ୟରେ ବନ୍ୟାର ତାଣ୍ଡବ ଦେଖା ଦେଇଛି । ଏହି ସମୟରେ ୩ଟି ଜିଲ୍ଲାର ସ୍ଥିତି ପରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ । ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦୁଝର ଜିଲ୍ଲାର ସ୍ଥିତି ଉପରେ ଆଲୋଚନା କରାଯାଉଛି । ବର୍ତ୍ତମାନ ଅଧିକ ଫୋକସ ବାଲେଶ୍ୱର ବସ୍ତା, ଭୋଗରାଇ,ବାଲିଆପାଳ ଉପରେ ଅଧିକ ପ୍ରଭାବିତ ହୋଇଛି । କିପରି ବନ୍ୟାସ୍ଥିତିକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଏକ ସମୀକ୍ଷା ବୈଠକ କରାଯାଇଛି । ଏହି ବୈଠକରେ ଜଳସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ,ବ୍ରାହ୍ମଣୀ ଓବୈତରଣୀ ନଦୀର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣରେଖାରେ ବନ୍ୟା ପାଇଁ ୭୪ ଟି ପଞ୍ଚାୟତ୧୪୭ ଗାଁ ପ୍ରଭାବିତ ହୋଇଛି । ଏହା ସହିତ ୨୦୮ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ୪୦ ହଜାରରୁ ଅଧିକ ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଇଛି । ବନ୍ୟା ସମୟରେ କଳାବଜାରି ରୋକିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହା ସହିତ ବନ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପୂର୍ବରୁ ମନ୍ତ୍ରୀ ଟୁକୁନୀ ସାହୁ ଙ୍କୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ଚଳିତ ତର ତାଙ୍କୁ ଜଳସମ୍ପଦ ମନ୍ତ୍ରୀ ଭାବେ ନୂତନ ଦାଇତ୍ୱ ମିଳିଛି । ଏବଂ ଏହି ଦାଇତ୍ୱକୁ କିପରି ସେ ସୂଚାର ରୂପେ କାର୍ଯ୍ୟକାରୀ କରିପାରିବେ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି ।

Get real time updates directly on you device, subscribe now.