fbpx

ଲାଲ ସିଂହ ଚଡ୍ଡାକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁପମ ଖେର:ଅମୀରଙ୍କୁ କହିଲେ ଏପରି କଥା

ମୁମ୍ବାଇ: ଅମୀର ଖାନଙ୍କ ଅଭିନୀତ ଚଳଚିତ୍ର ଲାଲ ସିଂହ ଚଡ୍ଡା ରିଜିଲ ପୂର୍ବରୁ ହିଁ ବିବଦରେ ରହିଆସିଛି । ପୂର୍ବରୁ ଏହି ମୁଭିକୁ ବୟକଟ୍ କରିବାକୁ ଦାବି ହେଉଥିବା ବେଳେ ରିଲିଜ ପରେ ଏହାକୁ ବହୁତ ଟ୍ରୋଲ କରାଯାଇଛି । ଯାହାଫଳରେ ଲାଲ ସିଂହ ଚଡ୍ଡା ବକ୍ସ ଅଫିସରେ ସେତେ ମାତ୍ରାରେ ହିଟ୍ ହୋଇ ପାରି ନାହିଁ । ତେବେ ଲାଲ ସିଂହ ଚଡ୍ଡା ଚଳଚିତ୍ରକୁ ନେଇ ଆଗରୁ ଅନେକ ଅଭିନେତା ନିଜର ପ୍ରତିକ୍ରିୟା ଦେଇଥିବା ବେଳେ ବର୍ତ୍ତମାନ ଅନୁପମ୍ ଖେର ମଧ୍ୟ ମୁହଁ ଖୋଲିଛନ୍ତି ।ଏଥି ସହିତ ସେ ଅମୀରଙ୍କୁ ଟାର୍ଗେଟ୍ କରିଛନ୍ତି ।  ସେ ଅମୀର ଖାନଙ୍କୁ ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ଅଭିନେତା ଅନୁପମ୍ ଖେର ଅମୀର ଖାନଙ୍କ ସହିତ ଦିଲ୍ ହୈ କି ମାନତା ନେହିଁ ଏବଂ ଦିଲ୍ ଚଳଚିତ୍ରରେ କାମ କରିଛନ୍ତି । ତେବେ ଲାଲ ସିଂହ ଚଡ୍ଡା ଚଳଚିତ୍ରକୁ ବୟ କଟ୍ କରିବା ଓ ଫିଲ୍ମ ହିଟ୍ ନହେବା କଥାକୁ ନେଇ ଅନୁପମ ଖେର ଅମୀର ଖାନଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ଆଜିକାଲି ଟୁଇଟର ରେ ଅନେକ ପ୍ରକାରର ନୂଆ ନୂଆ ଟ୍ରେଣ୍ଡ ଚାଲିଛି କିନ୍ତୁ ଆପଣ ଯଦି ଆଗରୁ କିଛି କହିଥିବେ ତାହାଲେ ଏହା ଆପଣଙ୍କୁ ସମସ୍ୟାରେ ପକାଇବ । ତେବେ ଅମୀର ଆଗରୁ ଯଦି କିଛି କହିଥିବେ ତାହାଲେ ତାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ । ତେବେ ଅଭିନେତା ଅନୁପମ ଖେରଙ୍କ ଏପରି କଥାକୁ ନେଇ ଅମୀର ଖାନ ନିଜର କୌଣସି ମତ ରଖିନଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.