fbpx

ପରୀ ମାମଲାରେ ମନ୍ତ୍ରୀଙ୍କ ଚାପ ପଡ଼ୁଛି: ସମ୍ବିତ

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର) ନୟାଗଡ଼ର ଏସପି ଓ ଜିଲ୍ଲାପାଳଙ୍କୁ ସମନ ଜାରି କରିବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିଜର ମନ୍ତବ୍ୟ ରଖିଛନ୍ତି । ସମ୍ବିତ ଆଜି ନୟାଗଡ଼ ଜିଲ୍ଲାର ପରୀର ଗାଁ ଯଦୁପୁରକୁ ଯିବା ପୂର୍ବରୁ ଭୁବନେଶ୍ୱରଠାରେ ଏହା କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଚାପ ପରୀ ଘଟଣାର ମୋଡ଼ ବଦଳାଇ ଦେଉଛି । ମନ୍ତ୍ରୀଙ୍କର ଅଦୃଶ୍ୟ ଶକ୍ତି ଏହି ଘଟଣାରେ କାମ କରୁଥିବା ସମ୍ବିତ କହିଥିଲେ ।

Get real time updates directly on you device, subscribe now.