fbpx
BJD SKY
BJD SKY

ମୋଦୀ ମନ୍ତ୍ରିମଣ୍ଡଳ: ୭-୭ରେ ସାଥ୍ ସାଥ୍ ସଂକେତ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ବଦଳିଛି କେନ୍ଦ୍ର ମନ୍ତ୍ରିମଣ୍ଡଳର ରୂପରେଖ । ପୂର୍ବରୁ ପ୍ରଧାନମନ୍ତ୍ରୀ ‘ସବକା ସାଥ୍, ସବକା ବିକାଶ’କୁ ଗୁରୁତ୍ୱ ଦେଇଆସୁଥିବାବେଳେ ସମ୍ପ୍ରତି ‘ମିନିଷ୍ଟ୍ରି ଅଫ୍ କୋଅପରେସନ୍’କୁ ଫୋକସ୍ କରିଛନ୍ତି । ଏହିକ୍ରମରେ ବୁଧବାର ସନ୍ଧ୍ୟା ୬ଟାରେ ସମ୍ପ୍ରସାରିତ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବେ । କିନ୍ତୁ ଏହାରି ପୂର୍ବରୁ ବଦଳି ଯାଇଛି ଦୃଶ୍ୟପଟ୍ଟ । ଅନେକ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବାବେଳେ ଆଉକେତେକ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ମିଳିଛି । ଏହି ପରିପ୍ରେକ୍ଷୀରେ ମୋଦୀଙ୍କ ପରିବର୍ତ୍ତିତ ପର୍ଯ୍ୟାୟରେ ରହିଥିବା ମନ୍ତ୍ରିମଣ୍ଡଳରୁ ୭-୭ ଅଙ୍କର ସଂଯୋଗ ଆଉ ‘ସାଥ୍ ସାଥ୍’ର ସଂକେତ ମିଳିଛି ।

ସୂଚନା ଅନୁସାରେ ବୁଧବାର ଅପରାହ୍ଣ ସୁଦ୍ଧା ମୋଦୀଙ୍କ ପୁରୁଣା ମନ୍ତ୍ରିମଣ୍ଡଳରୁ ୧୧ ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଥିଲେ । ସେହିପରି ୭ଜଣଙ୍କୁ ରାଷ୍ଟ୍ରପାହ୍ୟାରୁ ପଦୋନ୍ନତି ମିଳିବାର ସୂଚନା ମିଳିଥିବାବେଳେ ମୋଟ ୪୬ଜଣ ମନ୍ତ୍ରୀ ଶପଥ ନେବାକୁ ଯାଉଥିବା କୁହାଯାଉଛି । କିନ୍ତୁ ସେ ଭିତରେ କେବଳ ଉତ୍ତର ପ୍ରଦେଶରୁ ୭ ଜଣ ମନ୍ତ୍ରୀ ରହିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ କ୍ୟାବିନେଟ୍ ପାହ୍ୟା ପାଇବାକୁ ଥିବା ସମ୍ଭାବ୍ୟ ତାଲିକାରେ ହରଦୀପ ପୁରୀ, ଅନୁରାଗ ଠାକୁର, ଜି.କିଷାନ ରେଡ୍ଡୀ ଓ କିରନ ରିଜିଜୁ ପ୍ରମୁଖ ରହିଛନ୍ତି । ସେହିପରି ଆରକେ ସିଂହ, ମନସୁଖ ମାଣ୍ଡବ୍ୟ ଏବଂ ପଞ୍ଜାୟତିରାଜ ଓ କୃଷି ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାଣର ପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ମଧ୍ୟରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନ୍ୟତମ । ଅନୁରୂପ ଭାବେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇସାରିଛନ୍ତି ।

Get real time updates directly on you device, subscribe now.