fbpx

ଡ୍ରଗ୍ସ ନିଶାରେ ନିଜ ମା’କୁ ଦୁଷ୍କର୍ମ କଲା ନାବାଳକ ପୁଅ

ମାଦ୍ରିଦ୍: ସ୍ପେନର ଲସ୍ ପାଲମସ୍ ଠାରୁ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନାକୁ ଆସିଛି । ଅସଲରେ ଏଠାରେ ଏକ ୧୬ ବର୍ଷର ନାବାଳକ ନିଜ ମା’କୁ ଦୁଷ୍କର୍ମ କରିଛି । ଏହାପରେ ପୀଡ଼ିତା ମା’ ନିଜେ ପୁଲିସ୍ କୁ ଫୋନ୍ କରି ପୁଅର ଏପରି କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଛନ୍ତି । ପୁଲିସ୍ ପାଖରେ ଏହି ଖବର ପହଞ୍ଚିବା ପରେ ପୁଅ ସଫେଇ ଦେଇ କହିଛି ଯେ, ସେ ଡ୍ରଗ୍ସ ନିଶାରେ ଥିବା ହେତୁ ନିଜ ମା’ଙ୍କ ଉପରେ କରିଥିବା ଯୌନ ଶୋଷଣ ବିଷୟରେ କିଛି ବି ଜାଣିପାରିନି । ସେ ସେତେବେଳେ ହୋସ୍ ରେ ନଥିଲା ।

ସେପଟେ ପୁଲିସ୍ କହିଛି ଯେ, ସେମାନେ ଶୁକ୍ରବାର ଲସ୍ ପାଲମସ୍ ରୁ ଏକ ନାବାଳକକୁ ଗିରଫ କରିଛନ୍ତି । ଯାହା ଉପରେ ନିଜ ମା’ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ପୁଲିସ୍ ଯୁବକକୁ ଜେରା କରିିବା ସହିତ ତାକୁ କୋର୍ଟରେ ଚାଲାଣ ମଧ୍ୟ କରାଯାଇଛି । ତେବେ ଆରୋପୀ ନାବାଳକ ହୋଇଥିବାରୁ ତାର ନାମ ସାର୍ବଜନୀନ କରିନି ପୁଲିସ୍ । କୋର୍ଟରେ ଏହା ଉପରେ ଶୁଣାଣି ସମୟରେ ଜଜ୍ କହିଛନ୍ତି, ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା । ତେଣୁ ଯୁବକକୁ ରିମାଣ୍ଡରେ ନିଆଯାଇଛି ।

Get real time updates directly on you device, subscribe now.